ନୂଆ ଜଗନ୍ନାଥ ବାଇପାସ୍‌ ରାସ୍ତାରେ ଯୁୁବତୀଙ୍କୁ ଅପହରଣ ଘଟଣା : ଅପହର୍ତା ଗିରଫ

Advertisment
ନୂଆ ଜଗନ୍ନାଥ ବାଇପାସ୍‌ ରାସ୍ତାରେ ଯୁୁବତୀଙ୍କୁ ଅପହରଣ ଘଟଣା : ଅପହର୍ତା ଗିରଫ

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ ନୂଆ ଜଗନ୍ନାଥ ବାଇପାସ ରାସ୍ତାରେ ଯୁବତୀଙ୍କୁ ଅପହରଣ ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ନୂଆଗାଁ ଅଞ୍ଚଳର ପ୍ରଭାତ କୁମାର ସ୍ୱାଇଁ ଓରଫ ହାଲୁ(୨୫)। ଏଠାରେ ଜିଜିପି କଲୋନି ବାଲିଆପଟା ବସ୍ତିରେ ରହୁଥିଲା। ଶନିବାର ମଧ୍ୟାହ୍ନରେ ଯୁବତୀ ଜଣଙ୍କ ଚାଲିଚାଲି ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ତାଙ୍କୁ ପିଛା କରି କିଛି ଦୁର୍ବୃତ୍ତ ମୁଣ୍ଡରେ ମାଉଜର୍‌ ଲଗାଇ କାରରେ ଅପହରଣ କରି ନେଇଥିଲେ। ଯୁବତୀଙ୍କ ପରିବାର ଲୋକ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ପାଇ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଗ୍ରହଣ କରି ଖୋଳତାଡ଼ ଆରମ୍ଭ କରିଥିଲା। ପୁଲିସ ଭୁବନେଶ୍ୱର ଉପକଣ୍ଠ ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସନ୍ଧ୍ୟାରେ ପ୍ରଭାତଙ୍କୁ ଗିରଫ କରିବା ସହିତ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏପରିକି ଅପହରଣରେ ବ୍ୟବହୃତ କାର୍‌କୁ ମଧ୍ୟ ପୁଲିସ ଜବତ କରିଛି। ଆଜି ପୁଲିସ ପ୍ରଭାତକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe