ମା’ ନିଜର ଶିଶୁକୁ ଅପହରଣ କରି ପଡୋଶୀ ନାମରେ ଅଭିଯୋଗ କରିବା ମହଙ୍ଗା ପଡ଼ିଲା

Advertisment
ମା’ ନିଜର ଶିଶୁକୁ ଅପହରଣ କରି ପଡୋଶୀ ନାମରେ ଅଭିଯୋଗ କରିବା ମହଙ୍ଗା ପଡ଼ିଲା

The Indian Express

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମା’ନିଜର ଶିଶୁକୁ ଅପହରଣ କରି ପଡ଼ିଶା ଘର ନାମ ଦେଇଥିଲା। ପରେ ପୁଲିସ ଘଟଣା ଉପରୁ ପରଦା ଉଠାଇ ଅଭିଯୁକ୍ତ ମା’କୁ ଗିରଫ କରିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଫତେପୁରର ବିନ୍ଦକୀ କୋତାଭାଲିରେ ଗତ ୪ଦିନ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମା’ ନିଜର ୮ବର୍ଷ ଝିଅକୁ ଅପହରଣ କରି ଲୁଚାଇ ରଖିଥିଲା। ଆଉ ପଡ଼ିଶା ଘରେ ରହୁଥିବା ଦୁଇ ଭାଇଙ୍କ ନାମରେ ଅପହରଣ ଅଭିଯୋଗ କରିଥିଲା। ଏହି ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କ ନାମ ଶାନ୍ତନୁ ଓ ଅନ୍ୟ ଜଣଙ୍କ ନାମ ରିଷଭ ବୋଲି ଜଣାପଡ଼ିଛି।

ମହିଳାଙ୍କ ଅଭିଯୋଗ କ୍ରମେ ଶାନ୍ତନୁ ଓ ରିଷଭଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରିଥିଲା। କିନ୍ତୁ ଦୁଇଭାଇଙ୍କ ମୁହଁରୁ ପୁଲିସ କିଛି ସନ୍ତୋଷ ଜନକ ଉତ୍ତର ନପାଇବାରୁ ଅଭିଯୋଗକାରୀ ମହିଳାଙ୍କୁ ଥାନାକୁ ଡାକିଥିଲା। ଘଟଣା ବିଷୟରେ ପଚାରିବାରୁ ମହିଳାଙ୍କ କଥାରେ କିଛି ତାଳମେଳ ରହି ନଥିଲା। ଏଥିରୁ ପୁଲିସକୁ ସନ୍ଦେହ ହୋଇଥିଲା। ପରେ ଝିଅକୁ ତାର ମା’ କାନପୁରରେ ଲୁଚାଇ ରଖି ଅପହରଣ ନାମ ଦେଇଥିବା ଜାଣିବାକୁ ପାଇଥିଲା ପୁଲିସ। ମା’ ବି ନିଜ ଦୋଷକୁ ସ୍ବୀକାର କରିଥିଲା। ଏହାପରେ ପୁଲିସ ମା’କୁ ଗିରଫ କରି ନେଇଥିଲା।

ତେବେ ଜମିବାଡ଼ି ବିବାଦକୁ ନେଇ ମା’ ଏଭଳି କାଣ୍ଡ ଘଟାଇଥିବା ପଡ଼ିଶାଘର ଦୁଇଭାଇ ଶାନ୍ତନୁ ଓ ରିଷଭ ପୁଲିସ ନିକଟରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe