ମୋତେ ଖଣ୍ଡଖଣ୍ଡ କରି ମାରିଦେବ ବୋଲି ଦୁଇବର୍ଷ ପୂର୍ବେ ପୁଲିସରେ ଅଭିଯୋଗ କରିବା ସହିତ ଏଭଳି କଥା କହିଥିଲେ ଶ୍ରଦ୍ଧା

Advertisment
ମୋତେ ଖଣ୍ଡଖଣ୍ଡ କରି ମାରିଦେବ ବୋଲି ଦୁଇବର୍ଷ ପୂର୍ବେ ପୁଲିସରେ ଅଭିଯୋଗ କରିବା ସହିତ ଏଭଳି କଥା କହିଥିଲେ ଶ୍ରଦ୍ଧା

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ନିଜର ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଫତାବକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟା ସାମ୍ନାକୁ ଆସିଛି। ଶ୍ରଦ୍ଧାଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ବହୁତ ଦିନରୁ ସନ୍ଦେହ ହୋଇଯାଇଥିଲା। ଶ୍ରଦ୍ଧା ଦୁଇବର୍ଷ ପୂର୍ବେ ପୁଲିସରେ କରିଥିବା ଅଭିଯୋଗରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

୨୦୨୦ ମସିହାରେ ଶ୍ରଦ୍ଧା ପୁଲିସରେ ଅଭିଯୋଗ କରି ଲେଖିଥିଲେ, ‘ମୁଁ ଶ୍ରଦ୍ଧା ବିକାଶ ୱାକର, ଅଫତାବ ଅମିନ ପୁନାୱାଲା ବିରୋଧରେ ଅଭିଯୋଗ କରିବାକୁ ଚାହୁଁଛି। ଯିଏ ବର୍ତ୍ତମାନ ବି-୩୦୨ ରିଗଲ ଆପାର୍ଟମେଣ୍ଟରେ ବସବାସ କରୁଛି। ସିଏ ଆଜି ମୋତେ ଜୀବନରୁ ମାରିବାକୁ ଧମକ ଦେଇଛି। ସେ ମୋତେ ଭୟଭୀତ କରାଉଛି, କେଉଁଦିନ ମୋତେ ମାରି, ଖଣ୍ଡଖଣ୍ଡ କରି ପିଙ୍ଗିଦେବା ଭଳି ଲାଗୁଛି। ୬ମାସ ହେବ ସେ ମୋତେ କ୍ରମାଗତ ଭାବେ ମାଡ଼ମାରି ଚାଲିଛି।’

ପୁଲିସ ସୂତ୍ର ଅନୁସାରେ, ଶ୍ରଦ୍ଧା ତାଙ୍କ ଅଭିଯୋଗରେ ଏହା ମଧ୍ୟ ଲେଖିଥିଲେ ଯେ  ‘ପ୍ରଥମେ ମୋତେ ପୁଲିସ ପାଖକୁ ଯିବାକୁ ସାହସ ନଥିଲା। ଅଫତାବର ପରିବାରଲୋକଙ୍କୁ ଏସବୁ ଜଣାଅଛି। ସେମାନେ ଆମ ଦୁହିଁଙ୍କ ସମ୍ପର୍କ ବିଷୟରେ ଜାଣିଛନ୍ତି। ମୁଁ ଏଥିପାଇଁ ତା’ ସହିତ ରହୁଥିଲି, କାରଣ ମୋତେ ତାକୁ ବିବାହ କରିବାର ଥିଲା। କିନ୍ତୁ ମୁଁ ଏବେ ତା’ ସହିତ ରହିବାକୁ ଚାହୁଁନାହିଁ। ମୁଁ ଆଉ ଶାରୀରିକ ନିର୍ଯାତନା ସହି ପାରିବି ନାହିଁ। ସେ ମୋତେ ଯେଉଁଠାରେ ବି ଦେଖିଥାଏ ଆଘାତ ପହଞ୍ଚାଇ ଥାଏ।’

ଶ୍ରଦ୍ଧା ହତ୍ୟା ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଅଫତାବଙ୍କ ପରିବାରଙ୍କ ବୟାନ ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe