Image Courtesy of India Today
ମୁମ୍ବାଇ: ‘ମୁମ୍ବାଇ କ୍ରୁଜ୍ ଡ୍ରଗ୍ ମାମଲା’ରେ ‘ଏନ୍ସିବି’ର ସ୍ୱାଧୀନ ସାକ୍ଷୀ କିରଣ ଗୋସାବୀଙ୍କ ଗିରଫଦାରି କଥାକୁ ପୁଣେ ପୁଲିସ ସୁନିଶ୍ଚିତ କରିବା ସହ ଗୋଟାଏ ଠକେଇ ମାମଲାରେ ତାଙ୍କୁ ଜେରା କରାଯାଉଥିବା କଥା କହିଛି।
ସୂଚନାଯୋଗ୍ୟ, ସୋମବାର ଦିନ ଲକ୍ଷ୍ନୌରେ ସେ ଆତ୍ମସମର୍ପଣ କରିବାକୁ ଚାହିଁଥିଲେ ମଧ୍ୟ ପୁଲିସ ତାହା ଗ୍ରହଣ କରି ନ ଥିଲା।
ପୂର୍ବରୁ ତାଙ୍କ ନାମରେ ‘ଲୁକ୍ ଆଉଟ୍’ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। ଗୋସାବୀ କହିଛନ୍ତି, ମହାରାଷ୍ଟ୍ରରେ ଭୟ ଲାଗିବାରୁ ସେ ଉତ୍ତର ପ୍ରଦେଶ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ।
Image Courtesy of NDTVଚଳିତ ମାସ ପ୍ରାରମ୍ଭରେ ‘କ୍ରୁଜ୍ ଜାହାଜ’ରେ ଚଢ଼ାଉ ବେଳେ ଏବଂ ପରେ ‘ଏନ୍ସିବି’ ଅଫିସ୍ରେ ଆର୍ୟାନ୍ ଖାନ୍ଙ୍କ ସହ ସ୍ୱାଧୀନ ତଦନ୍ତକାରୀ ଗୋସାବୀ ଉପସ୍ଥିତ ଥିଲେ। ଉଭୟ ସ୍ଥାନରେ ଆର୍ୟନ୍ ଖାନ୍ଙ୍କ ସହ ତାଙ୍କର ସେଲ୍ଫି ଏବଂ ଭିଡିଓରୁ ଜଣାପଡୁଛି ଯେ, ଶାହାରୁଖ୍ଙ୍କ ପୁତ୍ର ସହ ତାଙ୍କର ମିଳାମିଶା ଅତି ନିବିଡ଼।
ଉଲ୍ଲେଖଯୋଗ୍ୟ, ଗୋସାବୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଗତ ରବିବାର ଦିନ ଲାଞ୍ଚ ଅଭିଯୋଗ ଉଠାଇଥିଲେ। ପ୍ରଭାକର୍ ସେଲ୍ ନାମକ ଉକ୍ତ ବ୍ୟକ୍ତି ତଥା ମାମଲାର ଅନ୍ୟତମ ସାକ୍ଷୀ କହିଥିଲେ କି, ସାମ୍ ଡିସୌଜା ନାମକ ଜଣେ ବ୍ୟକ୍ତିଙ୍କ ସହ ଟେଲିଫୋନ୍ରେ ଲାଞ୍ଚ ବିଷୟରେ ଗୋସାବୀ ଆଲୋଚନା କରୁଥିବା କଥା ସେ କହିଥିଲେ।
କିନ୍ତୁ, ଏ ପ୍ରସଙ୍ଗରେ କିଛି ଜାଣନ୍ତି ନାହିଁ ବୋଲି ଗୋସାବୀ ଗଣମାଧ୍ୟମକୁ କହିଥିଲେ।
Follow Us