ମାହାଙ୍ଗା : ଫାଣ୍ଡି ଅଧିକାରୀଙ୍କୁ ଛୁରାମାଡ଼

ଥଣ୍ଡା ବ୍ରେଡ୍‌ ପାଇଁ ମହାଅନର୍ଥ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର, ଘର ଜଳିଗଲା

Times of India

ମାହାଙ୍ଗା : ବଜାରରେ ଆତଙ୍କ ଖେଳାଉଥିବା ଯୁବକଙ୍କୁ କାବୁ କରିବାକୁ ଯାଇ ଛୁରାମାଡ଼ରେ ଆହତ ହୋଇଛନ୍ତି ଫାଣ୍ଡି ବାବୁ। ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ କୁମୁଡ଼ା ଜୟପୁର ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀଙ୍କୁ ସ୍ଥାନୀୟ ଜଗନ୍ନାଥପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଖବରପାଇ ମାହାଙ୍ଗା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଫାଣ୍ଡି ଅଧିକାରୀଙ୍କ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଅନ୍ୟପଟେ ଆତଙ୍କ ଖେଳାଇଥିବା ବେନୁପୁରା ଗ୍ରାମର ଯୁବକ ଆଲୋକ ସାହୁ(୩୮)ଙ୍କୁ ଫାଣ୍ଡି ପୁଲିସ ଓ ସ୍ଥାନୀୟ ବାସିନ୍ଦା କାବୁ କରିବା ସହ ଫାଣ୍ଡିରେ ଅଟକ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe