ଘରଡିହ ବିବାଦ, ୩ ଜଣଙ୍କୁ କଟୁରି ଚୋଟ

Advertisment
ଘରଡିହ ବିବାଦ, ୩ ଜଣଙ୍କୁ କଟୁରି ଚୋଟ

ଖଣ୍ଡଗିରି: ଘରଡିହ ବିବାଦ କାରଣରୁ ରବିବାର ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଦେଉଳିଆପଟଣାରେ ଘଟିଛି ରକ୍ତାକ୍ତ ସଂଘର୍ଷ। ଗୋଟିଏ ପକ୍ଷର କଟୁରି ଚୋଟରେ ପ୍ରତିପକ୍ଷର ୩ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଦୀନବନ୍ଧୁ ପୃଷ୍ଟି, ଆର୍ତ୍ତତ୍ରାଣ ପୃଷ୍ଟି ଓ କିରଣ ପୃଷ୍ଟି। ସେମାନଙ୍କୁ ପଡ଼ୋଶୀ ଘରର ପ୍ରହଲ୍ଲାଦ ସାହୁ ଓ ଦିବାକର ସାହୁ କଟୁରିରେ ହାଣି ପକାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଦୁଇ ପଡ଼ୋଶୀ ଦୀନବନ୍ଧୁ ଓ ପ୍ରହଲ୍ଲାଦଙ୍କ ପରିବାର ମଧ୍ୟରେ ଘରଡିହକୁ ନେଇ ବହୁ ଦିନ ହେଲା ବିବାଦ ଲାଗି ରହିଛି। ଘରଡିହ ମାପଚୁପ ହୋଇ ନଥିବାରୁ କେହି ନିର୍ମାଣ କାମ କରୁ ନଥିଲେ। କିନ୍ତୁ ଆଜି ପ୍ରହଲ୍ଲାଦ ଉକ୍ତ ଡିହ ଉପରେ ନିର୍ମାଣ କାମ ଆରମ୍ଭ କରିଥିଲେ। ମାପଚୁପ ନ ହେବା ଯାଏଁ କାମ କରାଇ ଦେବେ ନାହିଁ ବୋଲି ଜିଦ୍‌ କରି ଦୀନବନ୍ଧୁ, ତାଙ୍କ ସମ୍ପର୍କୀୟ ଆର୍ତ୍ତତ୍ରାଣ ଓ କିରଣ ଘଟଣାସ୍ଥଳରେ ପାଟିତୁଣ୍ଡ କରିଥିଲେ। ମାତ୍ର ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପ୍ରହଲ୍ଲାଦ ଓ ତାଙ୍କ ସମ୍ପର୍କୀୟ ଦିବାକର ହଠାତ୍‌ କଟୁରି ଓ ଠେଙ୍ଗା ଧରି ସେମାନଙ୍କୁ ଗୋଡ଼ାଇଥିଲେ। ଭୟରେ ୩ଜଣଯାକ ଘର ଭିତରକୁ ପଶି ଯାଇଥିଲେ। ତଥାପି ଦିବାକର ଓ ପ୍ରହଲ୍ଲାଦ ସେମାନଙ୍କ ଘରେ ପଶି କଟୁରି ଚୋଟ ପକାଇ ୩ ଜଣଙ୍କୁ ଆହତ କରିଥିଲେ। ପାଟିତୁଣ୍ଡ ଶୁଣି ଗାଁ ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ଦିବାକର ଓ ପ୍ରହଲ୍ଲାଦ ପଳାଇଥିଲେ। ପରେ ଆହତମାନେ ହସ୍ପିଟାଲକୁ ଯାଇ ଚିକିତ୍ସିତ ହୋଇଥିଲେ ଓ ଯାଁଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। କିନ୍ତୁ ପୁଲିସ ସେମାନଙ୍କୁ ପାଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe