ପୁରୁଣା ଭୁବନେଶ୍ୱର: ଏୟାରଫିଲ୍ଡ୍ ଥାନା ଅଧୀନ ପଞ୍ଚୁପଲ୍ଲୀ ଗ୍ରାମର ପବିତ୍ର ସାହୁଙ୍କୁ କଟୁରିରେ ହାଣିବା ଅଭିଯୋଗରେ ପୁଲିସ ଆଜି ଜଣେ ବୃଦ୍ଧଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫଜଣଙ୍କ ହେଲେ, ସେହି ଗ୍ରାମର ଅକ୍ଷୟ ସାହୁ (୫୩)। ପୁଲିସ ସୂଚନା ଅନୁଯାୟୀ ଶୁକ୍ରବାର ଅକ୍ଷୟ ଓ ପବିତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅକ୍ଷୟ ପବିତ୍ରଙ୍କୁ ଏକ କଟୁରିରେ ଆକ୍ରମଣ କରିଥିଲେ। ଏନେଇ ଅଭିଯୋଗ ପରେ ପୁଲିସ ଆଜି ଅକ୍ଷୟଙ୍କୁ ଗିରଫ କରିବା ସହ କଟୁରିକୁ ଜବତ କରିଛି।
କଟୁରିରେ ଆକ୍ରମଣ, ଜଣେ ଗିରଫ
Advertisment
Follow Us