Image Courtesy of The Times of India
କୋଲ୍କାତା: ସମଗ୍ର ଦେଶରୁ ଗିରଫ ହୋଇଥିବା କେତେକ ସାଇବର୍ ଅପରାଧୀଙ୍କ ପାଖରୁ ଗତ ଫେବ୍ରୁଆରି ମାସରୁ ପୁଲିସ ୪.୭୦୦ରୁ ଅଧିକ ‘ପ୍ରି-ଆକ୍ଟିଭେଟେଡ୍’ (ପୂର୍ବରୁ ଆକ୍ଟିଭ୍ ହୋଇଥିବା) ‘ସିମ୍ କାର୍ଡ’ ଉଦ୍ଧାର କରିଛି। ସେଥିରୁ ଅଧିକାଂଶ ‘ସିମ୍ କାର୍ଡ’ କୋଲ୍କାତା ଏବଂ ତତ୍ସଂଲଗ୍ନ ଅଞ୍ଚଳରେ ‘ଆକ୍ଟିଭ୍’ କରାଯାଇଥିଲା।
ଜାମତାରା ଗ୍ୟାଙ୍ଗ୍ ସହିତ ସମ୍ପୃକ୍ତି ଥିବା ୬ଜଣ ବ୍ୟକ୍ତିଙ୍କ ଠାରୁ ପୁଲିସ ୨୦୦୦ଟି ‘ପ୍ରି-ଆକ୍ଟିଭେଟେଡ୍’ ‘ସିମ୍ କାର୍ଡ’ ଜବତ କରିଛି। ସେମାନଙ୍କ ମଧ୍ୟରୁ ଆଲୋକ ଦାସ ଏବଂ ରଞ୍ଜିତ ଚକ୍ରବର୍ତ୍ତୀ ନାମରେ ଦୁଇଜଣ ବ୍ୟକ୍ତିଙ୍କୁ ସୋମବାର ରାତିରେ ସୋନାରପୁରରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଫେବ୍ରୁଆରିରୁ ଏପ୍ରିଲ୍ ମାସ ମଧ୍ୟରେ ପର୍ଣ୍ଣଶ୍ରୀ ପୁଲିସ ଏବଂ ସାର୍ସୁନା ପୁଲିସ ୨,୭୦୦ଟି ଏଭଳି ‘ପ୍ରି-ଆକ୍ଟିଭେଟେଡ୍’ ‘ସିମ୍ କାର୍ଡ’ ଜବତ କରିଥିଲା।
କେବଳ ଠକାମି କଲ୍ ନୁହେଁ, ଠକାମି ଅର୍ଥ ରଖିବା ପାଇଁ ଏବଂ ତୁରନ୍ତ ବଣ୍ଟନ କରିବା ଲାଗି ଏହି ‘ସିମ୍ କାର୍ଡ’କୁ ବ୍ୟବହାର କରି ଅଭିଯୁକ୍ତମାନେ ‘ୱାଲେଟ୍’ ଖୋଲିଥିଲେ।
ଗୁଇନ୍ଦା ବିଭାଗର ଜଣେ ଅଧିକାରୀ କହିଛନ୍ତି, ଏହା ତଦନ୍ତକାରୀମାନଙ୍କ ପାଇଁ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଥିଲା। ସେମାନେ ମୂଳ ଉତ୍ସ ନିକଟରେ ପହଞ୍ଚିବା ପୂର୍ବରୁ ଏଟିମ୍ରୁ ଟଙ୍କା ଉଠାଯାଇ ଉକ୍ତ ୱଲେଟ୍ ଜରିଆରେ ଗିଫ୍ଟ କାର୍ଡ ଅଥବା ‘ପେମେଣ୍ଟ୍ ଅଫ୍ ୟୁଟିଲିଟି’ ଜରିଆରେ ଟ୍ରାନ୍ସ୍ଫର୍ ହୋଇଯାଉଥିଲା। ଉକ୍ତ ‘ସିମ୍ କାର୍ଡ’ଗୁଡ଼ିକ ମାଧ୍ୟମ ଭାବେ କାର୍ଯ୍ୟ କରୁଥିବାରୁ ମୂଳ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ତଦନ୍ତକାରୀମାନଙ୍କ ପାଇଁ କଷ୍ଟକର ହେଉଥିଲା।
Follow Us