ତାଙ୍କ ନଜର ଖରାପ ଥିଲା, ମହିଳାମାନେ ଅସୁରକ୍ଷିତ ମନେ କରୁଥିଲେ: ମନୋଜିତଙ୍କ ସହପାଠୀ

t

କୋଲକାତା: ଲ’ କଲେଜ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କୁ ନେଇ ପ୍ରତିଦିନ ଚାଞ୍ଚଲ୍ୟ କଲା ଭଳି ଖବର ସାମ୍ନାକୁ ଆସୁଛି। ଏହି ଘଟଣା ଏବେ ଦେଶରେ ଚର୍ଚ୍ଚାରେ ରହିଥିବା ବେଳେ ଅଭିଯୁକ୍ତର ସାଙ୍ଗ ତାଙ୍କର ଅସଲ ମୁଖା ଖୋଲିଛନ୍ତି। ତାଙ୍କ ସହ ପଢ଼ୁଥିବା ଜଣେ ମହିଳା, ମନୋଜିତଙ୍କ ଖରାପ ଗୁଣ ବିଷୟରେ ଗଣମାଧ୍ୟମକୁ ଜଣାଇଛନ୍ତି।

ତାଙ୍କ କହିବା ମୁତାବକ, "ଛାତ୍ର ହୁଅନ୍ତୁ, ଶିକ୍ଷକ ହୁଅନ୍ତୁ କିମ୍ବା ପ୍ରିନ୍ସିପାଲ ହୁଅନ୍ତୁ, ସେ ସମସ୍ତଙ୍କ ସହିତ ଖରାପ ବ୍ୟବହାର କରୁଥିଲେ। । ଏପରି ପରିସ୍ଥିତିରେ, ଝିଅମାନେ ତାଙ୍କୁ ଭୟ କରିବା ସ୍ୱାଭାବିକ। ଅନେକ ଯୁବତୀ ନିଜେ ପ୍ରକାଶ କରିଛନ୍ତି ଯେ, ମନୋଜିତ କ୍ୟାମ୍ପସକୁ ଫେରିବା ପରେ କଲେଜର ପରିବେଶ ବହୁତ ଖରାପ ହୋଇଯାଇଥିଲା। ତାଙ୍କର ଦୃଷ୍ଟି ଏତେ ଖରାପ ଥିଲା ଯେ, ଝିଅମାନେ ତାଙ୍କୁ ଦେଖି ଭୟରେ କଲେଜ ଆସୁନଥିଲେ। କଲେଜ୍ ଆସିଲେ ବି ତାଙ୍କ ନଜରରୁ ବଞ୍ଚିବାକୁ ଚେଷ୍ଟା କରୁଥିଲେ। ମନୋଜିତଙ୍କ ସହିତ ଠିଆ ହେବାକୁ ମଧ୍ୟ ସେମାନେ ଅସୁରକ୍ଷିତ ମନେ କରୁଥିଲେ। ପ୍ରାୟତଃ ସେ ଝିଅମାନଙ୍କର ଫଟୋ କ୍ଲିକ୍ କରି କଲେଜ ଗ୍ରୁପରେ ପୋଷ୍ଟ କରେ। ଶାରୀରିକ ସମ୍ପର୍କ ପାଇଁ ସେ ସବୁ ଝିଅଙ୍କୁ ପ୍ରେମ ପ୍ରସ୍ତାବ ଦିଏ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe