ମାନସିକ ଦିବ୍ୟାଙ୍ଗ ମହିଳାଙ୍କ ସହ ଦୁଷ୍କର୍ମ କରି ଟାକ୍ସି ଚାଳକ ଗିରଫ

ମାନସିକ ଦିବ୍ୟାଙ୍ଗ ମହିଳାଙ୍କ ସହ ଦୁଷ୍କର୍ମ କରି ଟାକ୍ସି ଚାଳକ ଗିରଫ

Photo Credit: Thinkstock

କୋଲକାତା: ଆଶ୍ରୟ ଗୃହରେ ରହୁଥିବା ଜଣେ ମାନସିକ ‌ରୋଗାଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଟାକ୍ସି ଚାଳକଙ୍କୁ ଗିରଫ କରାଯାଇଛି। ମହିଳା ଜଣକ ବିଳମ୍ବିତ ରାତିରେ ଆଶ୍ରୟ ଗୃହ ଛାଡ଼ି ବାହାରକୁ ପଳାଇଯିବା ପରେ ତାଙ୍କ ସହ ଏପରି ଅଘଟଣ ଘଟିଥିବା ଜାଣିବାକୁ ମିଳିଛି। ଅଭିଯୁକ୍ତଙ୍କୁ ନରେନ୍ଦ୍ରପୁରଠାରୁ ଧରାଯାଇଛି। ୩୬ ବର୍ଷୀୟା ଏହି ପୀଡ଼ିତା ଜଣକ ସହରର ପଞ୍ଚସୟାର ଅଞ୍ଚଳରେ ଥିବା ଆଶ୍ରୟ ଗୃହରେ ରହୁଥି‌େଲେ

ମାନିସିକ ଦିବ୍ୟାଙ୍ଗ ମହିଳା ଜଣକ ପୁଲିସ୍‌କୁ କହିଛନ୍ତି ଯେ ସେ ସେମାବାର ରାତିରେ ଆଶ୍ରୟ ଗୃହରୁ ଗୋଡ଼ କାଢ଼ିବା ପରେ ପରେ କିଛି ଲୋକ ଆସି ତାଙ୍କୁ ଏକ କାାର୍‌ ଭିତରେ ବସିବାକୁ ବାଧ୍ୟ କରିଥିଲେ। ଅଭିଯୁକ୍ତ ଜଣକ କାର୍‌କୁ ଏକ ନିଛାଟିଆ ସ୍ଥାନରେ ରଖି ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ମହିଳା ଜଣକ ଆହୁରି ବି କହିଛନ୍ତି ଯେ ତାଙ୍କୁ ଦୁଷ୍କର୍ମକାରୀ ମାଡ଼ ମାରିବା ସହ ସୋନପୁର ଅଞ୍ଚଳରେ ଧକ୍କା ଦେଇ ଗାଡ଼ି ବାହାରକୁ ବାହାରି କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe