କୃଷ୍ଣପ୍ରସାଦ: ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ନାୟିକା ସୋନାଲିଙ୍କ ଅଭିଯୋଗକ୍ରମେ ପୁରୀଜିଲ୍ଲା କୃଷ୍ଣପ୍ରସାଦ ପୁଲିସ ସ୍ଵାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶ୍ରୀକ୍ଷେତ୍ରଙ୍କ ଗିରଫଦାରୀକୁ ନେଇ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଗିରଫ ପଛରେ ଯାତ୍ରା ମାଲିକଙ୍କ ଷଡ଼ଯନ୍ତ୍ର ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଖବର ନେବାରେ ଜଣାପଡିଛି ନୂଆପଡ଼ା ପଞ୍ଚାୟତ ଖଟିସାହି ଗ୍ରାମର ଶ୍ରୀକ୍ଷେତ୍ର ସାମନ୍ତସିଂହାର(ଜନ) ୨୦୧୪ ମସିହାରେ କୃଷ୍ଣପ୍ରସାଦ ପଞ୍ଚାୟତ ସାନଅଁଳ ଗ୍ରାମର କାଗଜି ପଲେଇ ଓରଫ ସୋନାଲି ପଣ୍ଡାଙ୍କୁ ଭଲପାଇ ବିବାହ କରିଥିଲେ। ୨୦୧୬ ମସିହାରେ ତାଙ୍କର ଏକମାତ୍ର ପୁତ୍ର ୟସରାଜ ସାମନ୍ତସିଂହାର ଜନ୍ମ ହୋଇଥିଲା। ଶ୍ରୀକ୍ଷେତ୍ର ମତ୍ସ୍ୟଜୀବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁଧା ପରିବାର ଚଳାଇବା ଆଶାରେ ସ୍ତ୍ରୀ କାଗଜିଙ୍କ ସହ ଯାତ୍ରା ଦୁନିଆରେ ପାଦ ଥାପି ତୁଳସୀ ଗଣନାଟ୍ୟରେ ଯୋଗ ଦେଇଥିଲେ। ସେଠାରେ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ(ନାଣ୍ଡୁ)ଉଭୟଙ୍କୁ ଆଶ୍ରୟ ଦେଇଥିବା ବେଳେ ନାୟିକା ଭାବେ କାଗଜିଙ୍କ ପତିଆରା ବୃଦ୍ଧି ପାଇବାରୁ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି କରି ବିଚ୍ଛେଦ କରିଥିବା ଶ୍ରୀକ୍ଷେତ୍ରଙ୍କ ପରିବାର ଠାରୁ ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: Bridal Skincare Tips:ବିବାହ ପୂର୍ବରୁ ଘରୋଇ ଉପଚାର ମାଧ୍ୟମରେ ତ୍ୱଚାକୁ କିପରି ଚମକାଇବେ, ଆସନ୍ତୁ ଜାଣିବା
ଶ୍ରୀକ୍ଷେତ୍ରଙ୍କୁ କୋର୍ଟ ଚାଲାଣ
ସ୍ଵାମୀ ଶ୍ରୀକ୍ଷେତ୍ର ସ୍ତ୍ରୀ କାଗଜିଙ୍କୁ ପାଇବା ପାଇ ବିଭିନ୍ନ ଉପାୟ ଅବଲମ୍ବନ କରିଥିଲେ ସୁଦ୍ଧା ଅଦ୍ୟାବଧି ୧୦ ବର୍ଷର ପୁତ୍ର ସନ୍ତାନଙ୍କୁ ନେଇ ବିଭିନ୍ନ ସମସ୍ଯା ସମ୍ମୁଖୀନ ହେଉଥିବା ବେଳେ ସ୍ତ୍ରୀ କାଗଜିଙ୍କ ଅଭିଯୋଗ କ୍ରମେ କୃଷ୍ଣପ୍ରସାଦ ପୁଲିସ ଭୁବନେଶ୍ବରସ୍ଥିତ ଫରେଷ୍ଟ ପାର୍କରୁ ଶ୍ରୀକ୍ଷେତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯାତ୍ରା ତୁଳସୀ ଗଣନାଟ୍ୟ କୃଷ୍ଣପ୍ରସାଦ ସୀମାନ୍ତ ଗଞ୍ଜାମ ଜିଲ୍ଲା ଅରୁଣପୁରରେ ରବିବାର ଯାତ୍ରା ଆୟୋଜନ କରାଯାଇଥିବାରୁ ଯାତ୍ରା ମାଲିକଙ୍କ ଷଡ଼ଯନ୍ତ୍ରରେ ପୁଲିସ ପ୍ରଶାସନ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନୀରିକ୍ଷକ ଅଧିକାରୀ ଭାବଗ୍ରାହୀ ରାଉତଙ୍କୁ ଟେଲିଫୋନ କରି ପଚାରିବାରେ ଶ୍ରୀକ୍ଷେତ୍ରଙ୍କ ବିରୁଦ୍ଧରେ ଅଭିଯୋଗ ଓ ତଥ୍ୟ ଦେବା ପ୍ରତିବଦଳରେ ପରେ ଜଣାଇବେ ବୋଲି କହିଛନ୍ତି।
ଆହୁରି ପଢ଼ନ୍ତୁ: Nepal Lift Ban: ଭାରତୀୟ ଟଙ୍କାକୁ ନେଇ ବଡ଼ ଖବର: ଏବେ ନେପାଳରେ ଚଳିବ ୨୦୦-୫୦୦ ଟଙ୍କିଆ ନୋଟ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/14/sonali-panda-2025-12-14-16-03-13.jpg)