ୟୁଟ୍ୟୁବ ଦେଖି ରୋଗୀଙ୍କ ଇସିଜି କରୁଥିବା ହେଲପର ଦେଲେ ଏଭଳି ପ୍ରତିକ୍ରିୟା

ରାଜସ୍ଥାନର ଯୋଧପୁରରେ ଥିବା ଏକ ସରକାରୀ ଡାକ୍ତରଖାନାର ହେଲପର ୟୁଟ୍ୟୁବ ଦେଖି ରୋଗୀଙ୍କ ଇସିଜି କରୁଥିବା ଭିଡିଓ ଭାଇରାଲ। କାରଣ ପଚାରିବାରୁ କହିଲେ, ‘କର୍ମଚାରୀ ଛୁଟିରେ ଯାଇଛନ୍ତି।’

୍ତପ

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।  ଏଠାରେ  ସରକାରୀ ଡାକ୍ତରଖାନାର ଜଣେ ହେଲପର ୟୁଟ୍ୟୁବ ଦେଖି ରୋଗୀଙ୍କ ଇସିଜି କରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଲୋକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ରୋଗୀଙ୍କ ଜୀବନ ସହିତ ଖେଳୁଥିବା ହେଲପର ଓ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। 

ତେବେ ସରକାରୀ ଡାକ୍ତରଖାନାରେ ଜଣେ ହେଲପରକୁ ଏଭଳି ଇସିଜି କରୁଥିବା ଦେଖି ରୋଗୀଙ୍କ ସମ୍ପର୍କୀୟ  କାରଣ ପଚାରିବାରୁ ସେ କହିଥିଲେ, ‘ଦୀପାବଳି ପାଇଁ ଲ୍ୟାବ ଟେକନିସିଆନ ଛୁଟିରେ ଅଛନ୍ତି। ହସ୍ପିଟାଲରେ କର୍ମଚାରୀ ବି କମ ଅଛନ୍ତି ସେଥିପାଇଁ ମୁଁ ୟୁଟ୍ୟୁବ ଦେଖି ଇସିଜି କରିବାକୁ ଉଦ୍ୟମ କରୁଛି। ପୂର୍ବରୁ ବି ଅନେକ ରୋଗୀଙ୍କ ଏଭଳି ଭାବେ ଇସିଜି କରିଛି।’

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ  ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର କୁଲବୀର ସିଂ କହିଛନ୍ତି, ‘ ମୁଁ ନିଜେ ଶୁକ୍ରବାର ସକାଳେ ହସ୍ପିଟାଲରେ ଥିଲି। ହସ୍ପିଟାଲରେ କୌଣସି କର୍ମଚାରୀଙ୍କ ଅଭାବ ନଥିଲା। ଏହି ଭିଡିଓ କେଉଁଠୁ ଆସିଛି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe