ହସ୍ପିଟାଲର ବିଲ ପୈଠ ପାଇଁ ମା’ କୋଳରୁ ନବଜାତକୁ ‌ନେଇ ବିକ୍ରି କରିଦେଲା ବାପା

Advertisment
ହସ୍ପିଟାଲର ବିଲ ପୈଠ ପାଇଁ ମା’ କୋଳରୁ ନବଜାତକୁ ‌ନେଇ ବିକ୍ରି କରିଦେଲା ବାପା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫିରୋଜାବାଦରୁ ନବଜାତକୁ ବିକ୍ରି କରିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଘରୋଇ ହସ୍ପିଟାଲର ପରିଚାଳକ ଦଲାଲ ସହିତ ମିଶି ଗରିବ ମା’ ଠାରୁ ତାର ନବଜାତକୁ ଛଡ଼ାଇ ନେଇ ଗ୍ବାଲିୟରରେ ରହୁଥିବା ଜଣେ ଅଳଙ୍କାର ବ୍ୟବସାୟୀଙ୍କୁ ବିକ୍ରି କରିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଫିରୋଜାବାଦର କୋଟଲାରୋଡସ୍ଥିତ ରାନିନଗର ପାଖରେ ରହୁଥିବା ଦାମିନିଙ୍କର ଏପ୍ରିଲ ୧୮ ତାରିଖ‌ରେ ନ୍ୟୁ ଲାଇଫ ହସ୍ପିଟାଲରେ ପ୍ରସବ ହୋଇଥିଲା। ପ୍ରସବ ପରେ ଯେତେବେଳେ ଦାମିନିଙ୍କୁ ଘରକୁ ଛୁଟି ମିଳିଥିଲା ତାଙ୍କର ବିଲ ୧୮ହଜାର ଟଙ୍କା ହୋଇ ଯାଇଥିଲା। ଯାହାକୁ ଦାମିନିଙ୍କ ସ୍ବାମୀ ଧର୍ମେନ୍ଦ୍ର ପୈଠ କରିବାକୁ ଅସମର୍ଥ ଥିଲେ। ସ୍ତ୍ରୀ ଓ ନବଜାତକୁ ଘରକୁ ନେବା ପାଇଁ କେଉଁଠୁ ଟଙ୍କା ଯୋଗାଡ଼ କରିବେ ସେ ଚିନ୍ତାରେ ପଡ଼ି ଯାଇଥିଲେ ଧର୍ମେନ୍ଦ୍ର।

ଏଭଳି ଅସୁବିଧାର ସୁଯୋଗ ଉଠାଇ ହସ୍ପିଟାଲ ପରିଚାଳକ ଜଣେ ଦଲାଲ ସହିତ ମିଶି ଧ‌ର୍ମେନ୍ଦ୍ରଙ୍କୁ ଜାଲରେ ଫସାଇ କହିଥିଲେ, ’ଦାମିନିଙ୍କ ଠାରୁ ନବଜାତକୁ ଆଣି ବିକ୍ରି କରିଦିଅ। ନବଜାତ ବିକ୍ରି ହେବାପରେ ତାଙ୍କୁ ଆଉ ହସ୍ପିଟାଲର ବିଲ ପୈଠ କରିବାକୁ ପଡ଼ିବ ନାହିଁ ଏଥିସହିତ ଅଢ଼େଇ ଲକ୍ଷ ଟଙ୍କା ବି ନଗଦ ମିଳିଯିବ।’

ହସ୍ପିଟାଲ ପରିଚାଳକଙ୍କ ଏହି ଲୋଭରେ ଧ‌ର୍ମେନ୍ଦ୍ର ସ୍ତ୍ରୀ ଦାମିନଙ୍କ ଠାରୁ ନବଜାତକୁ ଆଣି  ସନ୍ତାନ ନଥିବା ଦମ୍ପତି ସଜ୍ଜନ ଗର୍ଗ ଓ ରୁଚି ଗର୍ଗଙ୍କୁ ବିକ୍ରି କରି ‌ଦେଇଥିଲେ। ଦିନ ଯାଇ ରାତି ହେବାପରେ ଦାମିନ ତାଙ୍କ ସନ୍ତାନକୁ ନପାଇ କାନ୍ଦିଥିଲେ ସ୍ବାମୀଙ୍କୁ ତାଙ୍କ ସନ୍ତାନ ଆଣି ଦେବାକୁ ଜିଦ କରିଥିଲେ। ଏହାପରେ ପରିବାରଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାର ଯାଞ୍ଚ କରିବା ପରେ ସତ ସାମ୍ନାକୁ ଆସିଥିଲା।

ଧ‌ର୍ମେନ୍ଦ୍ର ବି ପୁଲିସ ସାମ୍ନାରେ ନିଜ ଦୋଷ ସ୍ବୀକାର କରି ବିକ୍ରି କରିଥିବା ଦମ୍ପତିଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଉକ୍ତ ଦମ୍ପତିଙ୍କ ନିକଟରେ ପହଞ୍ଚି ଦାମିନିଙ୍କ ନବଜାତକୁ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe