ମହିଳା ବନ୍ଧୁକ ବେପାରୀ ଅଟକ:ପିସ୍ତଲ ଓ ୩ ଜୀବନ୍ତ ଗୁଳି ଜବତ

Advertisment
ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର: ବୁଧବାର ରାତି ପ୍ରାୟ ୯ଟା ସମୟରେ କମିସନରେଟ୍‌ ପୁଲିସ ଜଣେ ମହିଳା ବନ୍ଧୁକ ବେପାରୀକୁ ଧରିବାରେ ସଫଳ ହୋଇଛି। ତା’ଠାରୁ ଏକ ଦେଶୀ ୭ମିମି ପିସ୍ତଲ ଓ ୩ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ମହିଳାଙ୍କ ସହ ଆଉ ଦୁଇ ଜଣ ଯୁବକ ଥିବାରୁ ଏମାନେ ବେପାର ପାଇଁ ବନ୍ଧୁକ ଆଣି ରାଜଧାନୀକୁ ଆସିଥିଲେ କି ଅନ୍ୟ କିଛି ଅପରାଧ ଘଟାଇବା ଯୋଜନାରେ ଥିଲେ, ତାହା ସ୍ପଷ୍ଟ ହୋଇପାରିନଥିବା କୁହାଯାଇଛି। ତେଣୁ ପୁଲିସ ତାଙ୍କୁ ଏକ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

ପ୍ରାପ୍ତ ସୂଚନାନୁସାରେ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟର ଏକ ସ୍ୱତନ୍ତ୍ର ଟିମ୍‌ ଏହି କାରବାରର ପର୍ଦାଫାସ୍‌ କରିଛି। ରାଜଧାନୀରୁ ବନ୍ଧୁକ ସହ ମହିଳାଙ୍କୁ ଗିରଫ କରିଛି। ମହିଳାଙ୍କ ଯୁବ ବନ୍ଧୁଦ୍ୱୟ ବି ପୁଲିସ ହାତରେ ଧରାପଡ଼ି ଯାଇଛନ୍ତି। କିନ୍ତୁ ଏହା ପଛରେ ଏକ ବଡ଼ ର‍୍ୟାକେଟ୍‌ ଥିବା ସନ୍ଦେହ କରି ପୁଲିସ ମୁହଁ ଖୋଲିନାହିଁ। ଏମିତିକି ମାମଲାକୁ କେଉଁ ଥାନା ମୁଣ୍ଡାଇବ ତାହା ବି ସ୍ଥିର କରାଯାଇନାହିଁ। ତେବେ ଏସବୁ ପଛକୁ ରଖି ପୁଲିସ ପ୍ରଥମେ ଏହି ୩ଜଣଙ୍କ ମୋବାଇଲ୍‌କୁ ଯାଞ୍ଚ କରିବା ଆରମ୍ଭ କରିଛି। ପ୍ରାଥମିକ ପଚରାଉଚରାରୁ ମହିଳାଜଣଙ୍କ ବନ୍ଧୁକ ବିକିବା ପାଇଁ ଆଣିଥିଲେ ବୋଲି ମାନି ଯାଇଛନ୍ତି। କିନ୍ତୁ ତାହା କେତେଦୂର ସତ, ତାହା ସ୍ପଷ୍ଟ ହୋଇନାହିଁ। ଯଦି ବେପାର କଥା ନ ହୋଇଥାଏ, ତେବେ ରାଜଧାନୀରେ ଏକ ବଡ଼ ଧରଣରର ଅପରାଧ ଘଟିଥାଆନ୍ତା ବୋଲି ଅନୁମାନ କରାଯାଉଛି। ତେବେ ଗୁରୁବାର ସବୁ କଥା ସ୍ପଷ୍ଟ ହୋଇଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe