୧୩ ବର୍ଷୀୟ ଛାତ୍ରକୁ ବଳପୂର୍ବକ ବିବାହ କଲେ ଶିକ୍ଷୟିତ୍ରୀ, ଚଉଠି ରାତିରେ ହେଲେ ବିଧବା!

୧୩ ବର୍ଷୀୟ ଛାତ୍ରକୁ ବଳପୂର୍ବକ ବିବାହ କଲେ ଶିକ୍ଷୟିତ୍ରୀ, ଚଉଠି ରାତିରେ ହେଲେ ବିଧବା!

ଜଳନ୍ଧର: ଜଳନ୍ଧରର ଏକ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଭାବେ ଚାକିରି କରିଥୁବା ଜଣେ ମହିଳା ୧୩ ବର୍ଷୀୟ ଛାତ୍ର ସହିତ ବଳପୂର୍ବକ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଛି।

ପ୍ରକାଶିତ ରିପୋର୍ଟ ମୁ୍ତାବକ, ଉକ୍ତ ଶିକ୍ଷୟତ୍ରୀଙ୍କ ବାହାଘରରେ ବହୁତ ବିଳମ୍ବ ହେଉଥିଲା । କେହି ଜଣେ ତାଙ୍କୁ କହିଥିଲେ କି ତୁମେ ଜଣେ ପିଲାକୁ ବିବାହ କରି ଦିଅ। ତା’ପରେ ତୁମର ଅନ୍ୟତ୍ର ବିବାହ ସ୍ଥିର ହୋଇଯିବ।

ତେଣୁ ଶିକ୍ଷୟିତ୍ରୀ ଜଣକ ଯେଉଁ ଛାତ୍ରକୁ ଟ୍ୟୁସନ୍ କରୁଥିଲେ ତାକୁ ଲୋଭ ଦେଖାଇ ୬ ଦିନ ପର୍ଯ୍ୟନ୍ତ ନିଜ ଘରେ ବନ୍ଦୀ ରଖିଥିଲେ। ଛାତ୍ରର ଘର ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ତେଣୁ ଶିକ୍ଷୟିତ୍ରୀ ଜଣକ ଛାତ୍ରକୁ ମାଗଣାରେ ପଢ଼ାଇବା ପାଇଁ ତାଙ୍କ ପରିବାରକୁ କହିଥିଲେ । ଛାତ୍ରର ପରିବାରଲୋକ ବି ଏଥିରେ ରାଜି ହୋଇଯାଇଥିଲେ ।

बोंबला! शिक्षिकेने आपल्या १३ वर्षीय विद्यार्थ्यासोबत जबरदस्ती केलं 'लग्न', घरात ६ दिवस ठेवलं डांबून! - Marathi News | Lady teacher forcibly married a 13 year old student ...

ଏପଟେ ଛାତ୍ରକୁ ପାଠପଢ଼ାଇବାର ବାହାନା କରି ୬ ଦିନ ଘରେ ବନ୍ଦୀ କରି ଶିକ୍ଷୟିତ୍ରୀ ବଳପୂର୍ବକ ବିବାହ କରିଥିଲେ। ଏହି ବିବାହ ପୁଣି ସମସ୍ତ ନୀତି ନିୟମ ସମ୍ପୂର୍ଣ୍ଣ କରାଯାଇଥିଲା । ଆଶ୍ଚର୍ଯ୍ୟର ବିଷୟ ହେଉଛି ବିବାହର ଚାରିଦିନ ଅର୍ଥାତ ଚଉଠି ଦିନ ଶିକ୍ଷୟିତ୍ରୀ ବିଧବା ହୋଇଥିଲେ। ମଥାରୁ ସିନ୍ଦୂର ଲିଭାଇ ହାତରୁ କାଚ ଭାଙ୍ଗି ଶିକ୍ଷୟିତ୍ରୀ ବିଧବା ହୋଇଥିଲେ। ଆଉ ଘରେ ଶୋକ ସଭା କରାଯାଇଥିଲା। ଏପରି କରିବା ଦ୍ବାରା ଶିକ୍ଷୟିତ୍ରୀଙ୍କୁ ବିବାହ ଖୁବଶୀଘ୍ର ହୋଇଯିିବ ବୋଲି କେହି ଜଣେ ତାଙ୍କୁ କହିଥିଲେ।

ଏହି ଘଟଣା ପ୍ରଘଟ ହେବା ପରେ କଥା ଯାଇ ଥାନାରେ ପହଞ୍ଚିଥିଲା। ଏଭଳି ବିବାହ କରିବା ଶିକ୍ଷୟିତ୍ରୀ ଓ ତାଙ୍କ ପରିବାରକୁ ମହଙ୍ଗା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe