Fake Doctor In UttarPradesh: ଭିଣୋଇଙ୍କ ଡିଗ୍ରୀ ବ୍ୟବହାର କରି ୩ ବର୍ଷ ଧରି ରୋଗୀ ଚିକିତ୍ସା କରୁଥିଲେ ଇଞ୍ଜିନିୟର, ଭଉଣୀ କଲା ପର୍ଦ୍ଦାଫାଶ

Advertisment

ଲଲିତପୁର ଜିଲ୍ଲା ମେଡିକାଲ କଲେଜରେ ଜଣେ ଇଞ୍ଜିନିୟର ୩ ବର୍ଷ ଧରି ଭିଣୋଇଙ୍କ ଡିଗ୍ରୀ ବ୍ୟବହାର କରି ନକଲି ଡାକ୍ତର ଭାବେ ଚିକିତ୍ସା କରୁଥିବା ଘଟଣା ସାମ୍ନାକୁ ଆସିଛି। ଭଉଣୀର ଖୁଲାସା ପରେ ଭାଇର ପର୍ଦ୍ଦାଫାଶ ହୋଇଛି।

ଲଲିତପୁର ଜିଲ୍ଲା ମେଡିକାଲ କଲେଜରେ ଜଣେ ଇଞ୍ଜିନିୟର ୩ ବର୍ଷ ଧରି ଭିଣୋଇଙ୍କ ଡିଗ୍ରୀ ବ୍ୟବହାର କରି ନକଲି ଡାକ୍ତର ଭାବେ ଚିକିତ୍ସା କରୁଥିବା ଘଟଣା ସାମ୍ନାକୁ ଆସିଛି। ଭଉଣୀର ଖୁଲାସା ପରେ ଭାଇର ପର୍ଦ୍ଦାଫାଶ ହୋଇଛି।

Docter

Fake Docter Photograph: (sambad.in)

ଲଲିତପୁର: ଇଞ୍ଜିନିୟର ହୋଇ କରୁଥିଲେ ରୋଗୀ ଚିକିତ୍ସା। ଭିଣୋଇଙ୍କ ଡିଗ୍ରୀ ଦେଖାଇ ହୋଇଥିଲେ ଡାକ୍ତର। ମାସେ କି ୨ମାସ ନୁହେଁ, ଦୀର୍ଘ ୩ବର୍ଷ ଧରି ରୋଗୀଙ୍କୁ ଦେଇ ଆସୁଥିଲେ ଔଷଧ। ଉତ୍ତରପ୍ରଦେଶର ଲଳିତପୁର ଜିଲ୍ଲା ମେଡିକାଲ କଲେଜରେ ଘଟିଛି ଏଭଳି ଘଟଣା। ଜଣେ ମହିଳା କଲେଜ ପ୍ରଶାସନ ନିକଟରେ ଏହି ଖୁଲାସା କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ସେ ଅଭିଯୋଗ କରିଥିଲେ ଯେ, ଗତ ତିନି ବର୍ଷ ଧରି ଜିଲ୍ଲା ହସ୍ପିଟାଲରେ ହୃଦରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିବା ଡାକ୍ତର ପ୍ରକୃତରେ ଜଣେ ଡାକ୍ତର ନୁହନ୍ତି, ବରଂ ଜଣେ ଇଞ୍ଜିନିୟର। ସେ ନିଜ ଭିଣୋଇଙ୍କ ଡିଗ୍ରୀ ଆଧାରରେ ଜାଲ କାଗଜପତ୍ର ତିଆରି କରି ଚାକିରି ପାଇଥିଲେ। ଅଭିଯୁକ୍ତ ଡାକ୍ତରଜଣଙ୍କ ହେଲେ ଅଭିନବ ସିଂହ।

ଭଉଣୀ କଲା ଭାଇର ଖୁଲାସା

ସୂଚନା ମୁତାବକ, ଏହି ଘଟଣା ଜଣାପଡ଼ିବା ମାତ୍ରେ ମେଡିକାଲ କଲେଜ ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ଡାକ୍ତର ଅଭିନବ ସିଂହ ଅଭିଯୋଗ ହୋଇଥିବା ଜାଣି ତୁରନ୍ତ ଇସ୍ତଫା ଦେବା ସହ CMO କାର୍ଯ୍ୟାଳୟ ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛି। ଜିଲ୍ଲା ମେଡିକାଲ କଲେଜର ଅଧ୍ୟକ୍ଷ ଡକ୍ଟର ମୟଙ୍କ ଶୁକ୍ଲା କହିଛନ୍ତି ଯେ, ନିଜକୁ ଡକ୍ଟର ସୋନାଲି ସିଂହ ବୋଲି ଦାବି କରୁଥିବା ଜଣେ ମହିଳା ଆଜି ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସେ ଅଭିଯୋଗ କରିଥିଲେ ଯେ, ମେଡିକାଲ କଲେଜର ହୃଦରୋଗ ବିଶେଷଜ୍ଞ ଡକ୍ଟର ରାଜୀବ ଗୁପ୍ତା ପ୍ରକୃତରେ ତାଙ୍କ ସ୍ୱାମୀ, ଯିଏ ବର୍ତ୍ତମାନ ଆମେରିକାରେ ଡାକ୍ତରୀ ଅଭ୍ୟାସ କରୁଛନ୍ତି। ମହିଳାଙ୍କ ଅନୁଯାୟୀ, ତାଙ୍କ ଭାଇ ଅଭିନବ ସିଂହ ତାଙ୍କ ସ୍ୱାମୀଙ୍କ ଡକ୍ଟରେଟ୍ ସାର୍ଟିଫିକେଟ୍ ଏବଂ ଡକ୍ୟୁମେଣ୍ଟରେ ତାଙ୍କ ନାମ ବ୍ୟବହାର କରି ନକଲି ପରିଚୟ ସୃଷ୍ଟି କରିଥିଲେ, ଏବଂ ମେଡିକାଲ କଲେଜରେ ଡାକ୍ତର ପଦବୀ ପାଇଥିଲେ। ଏହି ଖୁଲାସା ପରେ କଲେଜ ପ୍ରଶାସନ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

୨୦୨୨ରୁ କରିଆସୁଥିଲେ ରୋଗୀ ଚିକିତ୍ସା

ତଦନ୍ତରୁ ଜଣାପଡିଛି ଯେ, ଏହି ନକଲି ଡାକ୍ତରଙ୍କୁ ୨୦୨୨ମସିହାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ମାଧ୍ୟମରେ ନିଯୁକ୍ତି ଦିଆଯାଇଥିଲା। ସେ ଲଳିତପୁର ଜିଲ୍ଲା ହସ୍ପିଟାଲରେ ହୃଦରୋଗ ବିଶେଷଜ୍ଞ ଭାବେ ଚାକିରି ପାଇଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ତିନି ବର୍ଷ ପର୍ଯ୍ୟନ୍ତ କେହି ତାଙ୍କ ଯୋଗ୍ୟତା ଉପରେ ସନ୍ଦେହ କରିନଥିଲେ। ସେ ଜଣେ ଡାକ୍ତରଙ୍କ ପରି ପୋଷାକ ପିନ୍ଧୁଥିଲେ, ରୋଗୀ ଦେଖୁଥିଲେ, ରିପୋର୍ଟ ପଢୁଥିଲେ ଏବଂ ଔଷଧ ଲେଖୁଥିଲେ। ଗତ ତିନି ବର୍ଷ ଧରି ସେ ଜିଲ୍ଲାର ସବୁଠାରୁ ସମ୍ବେଦନଶୀଳ ବିଭାଗରେ ରୋଗୀଙ୍କ ଚିକିତ୍ସା କରୁଥିଲେ। କେହି କଳ୍ପନା କରି ନଥିଲେ ଯେ, ସେ ପ୍ରକୃତରେ ଜଣେ ଡାକ୍ତର ନୁହଁନ୍ତି, ବରଂ ଜଣେ ଇଞ୍ଜିନିୟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe