ଜମି ଦେବା ନାଁରେ ୫୭ଲକ୍ଷ ଟଙ୍କା ଠକେଇ, ବିଲ୍ଡର ଗିରଫ

Advertisment
ଜମି ଦେବା ନାଁରେ ୫୭ଲକ୍ଷ ଟଙ୍କା ଠକେଇ, ବିଲ୍ଡର ଗିରଫ

ଭୁବନେଶ୍ବର: ଜମି ଦେବା ନାଁରେ ୫୭ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ବିଲ୍ଡରକୁ ଗିରଫ କରିଛି। ସେ ହେଲେ ଗାଡ଼କଣ ଅଞ୍ଚଳର ପ୍ରଦୀପ ପାତ୍ର(୫୦)। ୨୦୧୨ ମସିହାରୁ ପ୍ରଦୀପ ସୈନିକ ସ୍କୁଲ ନିକଟ ଲକ୍ଷ୍ମୀବିହାର ଅଞ୍ଚଳରେ ମନ୍ଦିପା ରିଏଲଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥା ଆରମ୍ଭ କରିଥିଲେ। ଲୋକମାନଙ୍କୁ କମ୍‌ ଦାମରେ ଜମିଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ। ତେବେ ଗତ ୨୦୧୩ରେ ସୁଧୀର ରଂଜନ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଗାଡ଼କଣ ଅଞ୍ଚଳରେ ଜମି ଦେବାକୁ କହି ୫୭ଲକ୍ଷ ଟଙ୍କା ନେଇଥିଲେ। ଇତି ମଧ୍ୟରେ ୫ବର୍ଷ ବିତିଯାଇଥିଲେ ମଧ୍ୟ ସେ ସୁଧୀରଙ୍କୁ ଟଙ୍କା କି ଜମି କିଛି ଦେଇ ନଥିଲେ। ଟଙ୍କା ଫେରାଇବା ପାଇଁ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ। ସୁଧୀର ଟଙ୍କାମାଗିବାରୁ ପାଲଟା ଧମକ ଦେଇଥିଲେ। ଏନେଇ ସୁଧୀର ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଅଧିକ ଠକେଇ ହୋଇଥିବା ନେଇ ପୁଲିସ ଘଟଣାର ଖୋଳତାଡ଼ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe