ଜମି ଠକେଇ ମାମଲା : ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଗିରଫ

Advertisment
ଜମି ଠକେଇ ମାମଲା : ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଗିରଫ

ବାରିପଦା : ଶେଷରେ ଜମିଜମା ଠକେଇ ମାମଲାରେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଗିରଫ ହୋଇଛନ୍ତି। ରବିବାର ରାତି ପ୍ରାୟ ୧୧ଟାରେ ଇନ୍‌ଫୋସିଟି ଥାନା ପୁଲିସ କଟକର ମଙ୍ଗଳାବାଗ ଅଞ୍ଚଳରୁ ତାଙ୍କୁ ଗିରଫ କରିଛି। ଗତ ଶୁକ୍ରବାର ରାତି ପ୍ରାୟ ୩ଟାରେ ଡା. ମହାପାତ୍ରଙ୍କ ବାରିପଦା ଫରେଷ୍ଟ କଲେନିସ୍ଥିତ ଘରେ ବାରିପଦା ପୁଲିସ ସହାୟତାରେ କମିସନରେଟ ପୁଲିସ ଚଢ଼ଉ କରିଥିଲା। ମାତ୍ର ଆଗୁଆ ସୂଚନା ପାଇ ସେ ଖସିଯାଇଥିଲେ। ଦୀର୍ଘ ସମୟ ଧରି ପୁଲିସ ସେଠାରେ ଜଗିରହିଥିଲେ ମଧ୍ୟ ତାଙ୍କୁ ନପାଇ ଖାଲି ହାତରେ ଫେରିଥିଲା। ଏହାକୁ ନେଇ ରାଜନୀତି ଜୋର୍‌ ଧରିଥିଲା। ବିଜେପି ଏହାକୁ ରାଜନୈତିକ ଆକ୍ରୋଶ କହି ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା କରିଥିଲା। ଶେଷରେ ଆଜି କୋର୍ଟ ଓ୍ଵାରେଣ୍ଟ ବଳରେ ସେ ଗିରଫ ହୋଇଛନ୍ତି।

ଅଭିଯୋଗ ଅନୁସାରେ ଡା. ମହାପାତ୍ର ଭୁବନେଶ୍ୱରରେ ଥିବା ତାଙ୍କର ଏକ ଜମିକୁ ଜଣକୁ ବିକ୍ରି କରି ପୁଣି ଦ୍ଵିତୀୟବାର ଅନ୍ୟଜଣଙ୍କୁ ବିକ୍ରି କରିଥିଲେ। ଦ୍ଵିତୀୟ କ୍ରେତା ରୀନା ଧୀର ଏହା ଜାଣିବା ପରେ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଡା. ମହାପାତ୍ର ତାଙ୍କୁ ଏକ ଚେକ୍‌ ଦେଇଥିଲେ, ଯାହା ବାଉ୍‌ନସ ହୋଇଯାଇଥିଲା। ଏନେଇ ରୀନା ୨୦୧୨ରେ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ଏତଲା ଦେବାପରେ ଏକ ମାମଲା ରୁଜୁ ହୋଇଥିଲା। କୋର୍ଟ ୱାରେଣ୍ଟ୍‌ ବଳରେ ଗତ ଶୁକ୍ରବାର ରାତିରେ ପୁଲିସ ଚଢ଼ଉ କରିଥିଲେ ହେଁ ଧରିବାରେ ସଫଳ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe