Image Courtesy of Newsweek
ଲାସ୍ ଭେଗାସ୍: ଛାଡ଼ପତ୍ର ଦେବାକୁ କହିବାରୁ ପତ୍ନୀଙ୍କୁ ୩୦ ଥର ଛୁରି ଭୁସିଥିବା ଆମେରିକାର ଲାସ୍ ଭେଗାସ୍ରେ ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ‘ନିଉଜ୍ଉଇକ୍’ ରିପୋର୍ଟ କରିଛି।
କ୍ଲିଫୋର୍ଡ ଜାକୋବ୍ସ୍ ନାମକ ସେ ବ୍ୟକ୍ତିଜଣକ ପୁଲିସକୁ କହିଛନ୍ତି, ୧୫ ବର୍ଷର ପତ୍ନୀ ଛାଡ଼ପତ୍ର କଥା ଉଠାଇବାରୁ କିଛି କ୍ଷଣ ପାଇଁ ମୁଁ ଅଜ୍ଞାନ ହୋଇଗଲି।
ଛୁରି ଭୁସିବା ପରର ଘଟଣା ସ୍ମରଣ କରି ସେ କହିଛନ୍ତି, ପତ୍ନୀଙ୍କ ରକ୍ତରେ ରଞ୍ଜିତ ହୋଇ ସେ ଆପାର୍ଟମେଣ୍ଟ୍ର ଲିଜିଙ୍ଗ୍ ଅଫିସ୍କୁ ଧାଇଁ ଗଲେ।
Image Courtesy of Newsweekସଂଗୃହୀତ ସୂଚନା ଅନୁସାରେ, ଜାକୋବ୍ସ୍ ହେଉଛନ୍ତି ଜଣେ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ। କିନ୍ତୁ, ଏବେ ସେ ପ୍ରଶିକ୍ଷଣ ଦେଉଛନ୍ତି କି, ନାହିଁ, ତାହା ଜଣାପଡ଼ିନାହିଁ। ତାଙ୍କ ଆପାର୍ଟମେଣ୍ଟ୍ରୁ ପୁଲିସ ୫ଟି ଛୁରି ଏବଂ ରକ୍ତଲଗା କଇଁଚି ପାଇଛି। ପତ୍ନୀଙ୍କୁ ଛୁରି ଭୁସିଛନ୍ତି ଓ ପତ୍ନୀକୁ ହତ୍ୟା କରିଥିବା ପରି ତାଙ୍କର ମନେହେଉଛି ବୋଲି ଜାକୋବ୍ସ୍ କହିଥିବା କଥା ଯେଉଁ ବ୍ୟକ୍ତିଜଣକ ଶୁଣିଥିଲେ, ତାଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି।
ଶନିବାର ଦିନ ‘ଲାସ୍ ଭେଗାସ୍ ରିଭିୟୁ ଜର୍ଣ୍ଣାଲ୍’ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ମହିଳାଙ୍କ ଦେହରେ ୩୦ଟି ଛୁରିଭୁସା କ୍ଷତ ଥିଲା। ତାଙ୍କ ମୁହଁ ଓ ବେକର ସ୍ନାୟୁ ନଷ୍ଟ ହୋଇଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଆଉ କିଛି ତଥ୍ୟ ମିଳିନାହିଁ।
ଗିରଫ ହୋଇଥିବା ଜାକୋବ୍ସ୍ଙ୍କୁ ମଙ୍ଗଳବାର ଦିନ ଅଦାଲତରେ ହାଜର କରାଯିବ।
Follow Us