ଧଉଳି : ଗତକାଲି ବିଳମ୍ବିତ ରାତିରେ ଧଉଳି ଲାଇଟ ଆଣ୍ଡ ସୋ’ରୁ ଲକ୍ଷାଧିକ ଟଙ୍କାର ଲାଇଟ ଓ ଯନ୍ତ୍ରାଂଶ ଚୋରି ହୋଇଯାଇଛି । ଏ ସଂପର୍କରେ ଆଜି ଏହାର ପରିଚାଳନା ଦାୟିତ୍ୱରେ ଥିବା ଟ୍ରିକଲର ଇଣ୍ଡିଆ ନାମକ ଏହି ଏଜେନ୍ସି ସଂସ୍ଥାର ଅପରେଟିଂ ଇଂଜିନିୟର ରଶ୍ମିରଂଜନ ପଣ୍ଡା ପୂର୍ବାହ୍ନରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଧଉଳି ଥାନା ପୁଲିସ ଶାନ୍ତିସ୍ତୁପରେ ପହଞ୍ଚି ଏହାର ଅନୁସନ୍ଧାନ କରୁଛି । ସଂପୃକ୍ତ ସ୍ଥାନୀୟ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି। ପରିସରରେ ଲାଗିଥିବା ୫ଟି ଲାଇଟ ମଧ୍ୟରୁ ୨ଟି ଲାଇଟ୍ ଚୋରିହୋଇଛି। ବିଏମ୍ ଲାଇଟ କୁହାଯାଉଥିବା ଗୋଟିଏର ଦାମ୍ ଏକ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଗତକାଲି ସେକେଣ୍ଡ୍ ସୋ ସରିବା ପରେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଶାନ୍ତିସ୍ତୁପରୁ ଏଭଳି ଲୁଟ୍ପାଟ କରିଥିଲେ । ଅନ୍ୟପକ୍ଷରେ ଲାଇଟ୍ ଚୋରି ହୋଇଯିବା ପରେ ସୋ’ ପ୍ରଦର୍ଶନରେ ସମସ୍ୟା ଉପୁଜିଥିବା ଜଣେ ଅଧିକାରୀ କହିଛନ୍ତି । ପର୍ଯ୍ୟଟନ ବିଭାଗର ଟୁରିଷ୍ଟ ଅଫିସର ଏନେଇ ଅବଗତ ଥିବା ମଧ୍ୟ କହିଛନ୍ତି । ପୁନର୍ବାର ନୂଆ ଲାଇଟ ସଂଯୋଗ କରିବା ଦିଗରେ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।
ଧଉଳି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ରୁ ଲକ୍ଷାଧିକ ଟଙ୍କାର ଲାଇଟ୍ ଚୋରି
Advertisment
Follow Us