ହସ୍ପିଟାଲରେ ଭର୍ତ୍ତି ଥିବା କରୋନା ରୋଗୀଙ୍କ ପାଖକୁ ରଶିରେ ବାନ୍ଧି ପଠା ଯାଉଛି ମଦ ବୋତଲ!

Advertisment
ହସ୍ପିଟାଲରେ ଭର୍ତ୍ତି ଥିବା କରୋନା ରୋଗୀଙ୍କ ପାଖକୁ ରଶିରେ ବାନ୍ଧି ପଠା ଯାଉଛି ମଦ ବୋତଲ!

Navbharat Times

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲଲିତପୁର ଅନ୍ତର୍ଗତ ଟେକ୍ରି ଗ୍ରାମରେ ଅସ୍ଥାୟୀ କୋଭିଡ -୧୯ ଏଲଭେନ ହସ୍ପିଟାଲ କରାଯାଇଛି। ଏହି ହସ୍ପିଟାଲରୁ କିଛି ଚିତ୍ର ସାମ୍ନାକୁ ଆସିଛି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଫଟୋରେ ଦେଖିବାକୁ ମିଳୁଛି ଯେ କିଛି କରୋନା ରୋଗୀ ଦଉଡି ସାହାଯ୍ୟରେ ଜିନିଷ ଟାଣି ନେଉଛନ୍ତି | ପରିବାରଲୋକ ସମାଜିକ ଦୂରତା ଅବଲମ୍ବନ କରି ଖାଦ୍ୟ ସାମଗ୍ରୀ ପାଖକୁ ନେଇ ଯାଇ ପାରୁ ନଥିବାରୁ ଦଉଡି ମାଧ୍ୟମରେ ସାମଗ୍ରୀ ନିଜର କରୋନା ସଂକମ୍ରିତ ସମ୍ପର୍କୀୟଙ୍କ ପାଖକୁ ପଠାଉଛନ୍ତି। ତେବେ ଏହି ଦଉଡ଼ି ସାହାଯ୍ୟରେ କିଛିଲୋକ ନିଜ  ସମ୍ପର୍କୀୟ ରୋଗୀଙ୍କ ପାଖକୁ ମଦ ପଠାଉଥିବା ଦେଖିବାକୁ ମିଳିଛି।

ରବିବାର ଦିନ ଏହି ଘଟଣା ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସିଏମଓ ତାଲବେହଟ ପୁଲିସକୁ ତଦନ୍ତ ପାଇଁ ପଠାଇଛି। କୋଭିଡ ରୋଗୀଙ୍କୁ ଅଲଗା କରିବା ପାଇଁ ଲଲିତପୁର ତହସିଲ ଅନ୍ତର୍ଗତ ଗ୍ରାମ ଟେକ୍ରିରେ ଥିବା ପଲିଟେକ୍ନିକ୍ କଲେଜରେ ଏକ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀମାନେ ଛାତ ଉପରେ ବୁଲୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଠାରୁ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ଜଣେ ରୋଗୀ ଛାତରୁ ଏକ ଦଉଡି ତଳକୁ ଫୋପାଡି ଦେଉଛନ୍ତି। ତଳେ ଥିବା କିଛି ଲୋକ ସାମଗ୍ରୀ ବାନ୍ଧୁଥିବା ଦେଖିବାକୁ ମିଳୁଛି। ଏହାପରେ କରୋନା ରୋଗୀ ସାମଗ୍ରୀଗୁଡ଼ିକୁ ଉପରକୁ ଟାଣି ନେଉଛନ୍ତି।

ସ୍ଥାନୀୟ ଲୋକମାନେ କହିବାନୁସାରେ, କରୋନା ରୋଗୀମାନଙ୍କୁ ସେମାନଙ୍କ ସମ୍ପର୍କୀୟ ମଦ ପଠାଉଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରତାପ ପଟେଲ କହିଛନ୍ତି ଯେ ଡାକ୍ତରଖାନାର ସୁରକ୍ଷା ଦାୟିତ୍ବ ପୁଲିସ ପାଖରେ ଅଛି। ପୁଲିସକୁ ଏଥିପାଇଁ ହସ୍ପିଟାଲ ପରିସରରେ ନିୟୋଜିତ ବି କରାଯାଇଛି। ଅନୁସନ୍ଧାନ ପରେ ସମଗ୍ର ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe