ଧରାପଡ଼ିଲେ ମଦବେପାରୀ: ୨୧୮ ଲିଟର ମହୁଲି ମଦ, ୨ଟି ସ୍କୁଟି ଜବତ

ଦେଶୀ ମହୁଲି ମଦ ଚୋରାଚାଲାଣ ଉପରେ ଅବକାରୀ ଧରିପଗଡ଼ ଜାରି ରହିଛି। ଏହି କ୍ରମରେ ଆଜି ସହରର ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ଉକରି ୫ ଜଣ ଦେଶୀ ମହୁଲି ମଦ ବେପାରୀ, ଚୋରାଚାଲାଣକାରୀଙ୍କୁ ଗିରଫ କରିଛି।

2da70f28-e8d5-4a64-88fc-c978634ee35e

ରାଉରକେଲା: ଦେଶୀ ମହୁଲି ମଦ ଚୋରାଚାଲାଣ ଉପରେ ଅବକାରୀ ଧରିପଗଡ଼ ଜାରି ରହିଛି। ଏହି କ୍ରମରେ ଆଜି ସହରର ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ଉକରି ୫ ଜଣ ଦେଶୀ ମହୁଲି ମଦ ବେପାରୀ, ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ସ୍ଥାନୀୟ ମହତାବ ରୋଡ୍‌ର କାରୁ ପାଗୁଆ(୫୨), ଖଡ଼ିଆପଡ଼ାର ସମରା ଓରାମ(୫୫), କୁମ୍ଭାରପଡ଼ାର ମନୋଜ ସିଂହଦେଓ(୪୯), ଗାନ୍ଧୀ ରୋଡ୍‌ର ସନ୍ତୋଷ ୟାଦବ(୩୦) ଓ ଗୁରୁଦ୍ବାରା ରୋଡ୍‌ର ହରପାଲ ସିଂହ(୫୦)।

ଅଭିଯୁକ୍ତମାନଙ୍କୁ ପାଖରୁ ୨୧୮ ଲିଟର ବେଆଇନ ମହୁଲି ମଦ ଓ ୨ଟି ସ୍କୁଟି(ସିଜି-୧୫ସିଡବ୍ଲ୍ୟୁ-୭୦୩୨, ଓଡି-୧୪ଡି-୫୭୬୩) ଜବତ ହୋଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ନୋଟିସ୍ ଦିଆଯାଇଛି।

ପୁଲିସ ସୂଚନାଅନୁସାରେ, ଅବକାରୀ ବିଭାଗ ପକ୍ଷରୁ ଆଜି ମହତାବ ରୋଡ୍‌, ଖଡ଼ିଆପଡା, କୁମ୍ଭାରପଡ଼ା, ଗାନ୍ଧୀରୋଡ, ଗୁରୁଦ୍ୱାରାରୋଡ୍‌, ଗାନ୍ଧୀରୋଡ୍‌, ମୁଣ୍ଡାଯୋର, ଛେଣ୍ଡ୍‌ ଆଦି ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ୬ ଜଣଙ୍କୁ କାବୁ କରିଥିବାବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe