କୁନିଝିଅ ସ୍କୁଟି ଚଲାଉଥିବା ବେଳେ ପଛରେ ବସି ମଜା ନେଉଛନ୍ତି ବାପା

Advertisment

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରେ ସ୍କୁଲ ପୋଷାକରେ ଥିବା କୁନି ଝିଅ ସ୍କୁଟି ଚଳାଉଥିବା ବେଳେ ପଛରେ ବସିଛନ୍ତି ବାପା। ଭିଡିଓ ଭାଇରାଲ ହେବାପରେ ଲୋକେ କରିଛନ୍ତି କାର୍ଯ୍ୟାନୁଷ୍ଠାନ ଦାବି।

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରେ ସ୍କୁଲ ପୋଷାକରେ ଥିବା କୁନି ଝିଅ ସ୍କୁଟି ଚଳାଉଥିବା ବେଳେ ପଛରେ ବସିଛନ୍ତି ବାପା। ଭିଡିଓ ଭାଇରାଲ ହେବାପରେ ଲୋକେ କରିଛନ୍ତି କାର୍ଯ୍ୟାନୁଷ୍ଠାନ ଦାବି।

କବ


ନୂଆଦିଲ୍ଲୀ: ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା ଅଭିଯାନ କ୍ରମାଗତ ଭାବେ କରାଯାଉଛି। ଏହା ସତ୍ତ୍ବେ ବି ସମାଜରେ ଏମିତି କିଛିଲୋକ ଅଛନ୍ତି ଯେଉଁମାନେ ସଡ଼କ ସୁରକ୍ଷା ନିୟମକୁ ଫୁ କରି ନିଜ ଜୀବନକୁ ବିପଦରେ ପକାଇବା ସହିତ ଅନ୍ୟର ଜୀବନକୁ ବି ସଙ୍କଟରେ ପକାଇଥାଆନ୍ତି।

ନିକଟରେ ବାପା ଓ ଝିଅଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏହି ଭିଡିଓରେ ଛୋଟ ଝିଅଟି ସ୍କୁଲ ପୋଷାକରେ ଥାଇ ସ୍କୁଟି ଚଲାଉଥିବା ବେଳେ ବାପା ତାଙ୍କ ପଛରେ ବସିଛନ୍ତି। ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକମାନେ ବାପା ଓ ଝିଅଙ୍କ ଏଭଳି ସ୍କୁଟି ଚଲାଇବାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଛି।

 

ଭାଇରାଲ ଭିଡିଓ କ୍ଲିପଟି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗର ବୋଲି କୁହାଯାଉଛି। ବାପା ଓ ଝିଅ ଏଭଳି ଅବସ୍ଥାରେ ଗାଡ଼ି ଚଲାଉଥିବା ବେଳେ ହେଲମେଟ  ପିନ୍ଧି ନଥିଲେ। ଏହି ଘଟଣାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମିତି କି ଏହି ସ୍କୁଟିରେ ନମ୍ବର ପ୍ଲେଟ ବି ଲାଗି ନଥିବା ଦେଖିବାକୁ ମିଳିଛି। ଲୋକେ ଏହି ଘଟଣାର ଭିଡିଓ କରୁଥିବା ବେଳେ ଝିଅର ସ୍କୁଟି ପଛରେ ବସିଥିବା ବାପା ହସୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଯାହାକୁ ଦେଖି ଲୋକେ ତୀବ୍ର ସମାଲୋଚନା କରିଛନ୍ତି।

ଅଧିକପଢ଼ନ୍ତୁ:https://sambad.in/crime/jana-jor-gram-seller-cutting-onions-on-ground-near-bathroom-of-train-7352160

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe