କଂଗ୍ରେସ ନେତାଙ୍କ ପାଣିବୋତଲରୁ ବାହାରିଲା ମଲା ଝିଟିପିଟି

Advertisment
କଂଗ୍ରେସ ନେତାଙ୍କ ପାଣିବୋତଲରୁ ବାହାରିଲା ମଲା ଝିଟିପିଟି

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ଆଇସକ୍ରିମରୁ ମଣିଷର କଟା ଆଙ୍ଗୁଳି ବାହାରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ଘଟଣା ପରେପରେ କେଉଁଠାରୁ ଚିପ୍ସରେ ମଲା ବେଙ୍ଗ ବାହାରିଲାଣି ତ ଆଉ କେଉଁଠାରେ ଚକୋଲେଟରେ ପୋକ। ଏହି କ୍ରମରେ ଝାଡ଼ଖଣ୍ଡରୁ ଏମିତି ଏକ ଘଟଣା ସମ୍ନାକୁ ଆସିଛି।

ଝାଡ଼ଖଣ୍ଡରେ ଏକ ପାଣି ବୋତଲ ଭିତରୁ ମଲା ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଶିକାର ଜଣେ କଂଗ୍ରେସ ନେତା ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଟାଟାନଗର ଷ୍ଟେସନ ପାର୍କିଂ ନିକଟରେ ରବିବାର ଦ୍ବିପହର ସମୟରେ ସିଲକି ଡ୍ରାପ ପାଣିବୋତଲ ଭିତରୁ ମଲ ଝିଟିପିଟି ବାହାରିବା ପରେ ଉତ୍ତେଜନା ଦେଖା ଦେଇଛି।

ପୀଡ଼ିତ  କଂଗ୍ରେସ ଅଧ୍ୟକ୍ଷ ମୁନ୍ନା ମିଶ୍ରା ଓ ଅରୁଣ ସିଂହ ଏହି ଘଟଣାରେ ଦୋକାନୀ ସୋନା ସାହୁଙ୍କୁ ପଚରାଉଚରା କରିବା ସହିତ ପିଇବା ପାଣି ବୋତଲ ବିତରଣ କରୁଥିବା କର୍ମଚାରୀଙ୍କୁ ଡକାଇ ଅନେକ ସମୟ ଧରି ପଚରାଉଚରା କରିଥିଲେ। ଏଥିସହିତ ଜିଲ୍ଲା ଫୁଡ଼ ସେଫ୍ଟି ଅଧିକାରୀଙ୍କୁ ବି ଏନେଇ ସୋମବାର ଅଭିଯୋଗ ହୋଇଛି।

ମୁନ୍ନା ମିଶ୍ରା ଓ ଅରୁଣ ସିଂହଙ୍କ କହିବାନୁସାରେ, ‘ଆମେ ଦୁହେଁ ସ‌ାଥୀ ହୋଇ ବସିଥିଲୁ। ଶୋଷ ହେବାରୁ ଟାଟାନଗର ଷ୍ଟେସନ ନିକଟରେ ସୋନା ସାହୁ ଦୋକାନରୁ ପାଣିବୋତଲ ମଗାଇ ପିଇଥିଲୁ। ମୁନ୍ନା ବ‌ୋତଲ ଖୋଲି ପାଣି ପିଇବାକୁ ଯାଉଥିବା ବେଳେ ମୋର ନଜର ପାଣି ବୋତଲ ଭିତରେ ଭାସୁଥିବା ଝିଟିପିଟି ଉପରେ ପଡ଼ିଥିଲା।

ସିଲ ନଫିଟାଇ ବୋତଲ ଉପରେ ଥିବା ନମ୍ବରରେ ଫୋନ କରିଥି‌ଲୁ। ପାଣି ବୋତଲ ଭିତରୁ ଝିଟିପିଟି ବାହାରିବା ପରେ ପାଣି ବୋତଲ ବିତରଣ ସଞ୍ଚାଳକ ଦୋକାନ ବନ୍ଦ କରି ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe