ମିକ୍ସଚର ପ୍ୟାକେଟରୁ ବାହାରିଲା ଝିଟିପିଟି, ଯୁବକଙ୍କ ଅବସ୍ଥା ଗୁରୁତର

Advertisment
ମିକ୍ସଚର ପ୍ୟାକେଟରୁ ବାହାରିଲା ଝିଟିପିଟି, ଯୁବକଙ୍କ ଅବସ୍ଥା ଗୁରୁତର

ଶାହଜହାପୁର: ଉତ୍ତରପ୍ରଦେଶର ଶାହଜହାପୁରରେ ମିକ୍ସଚର ଖାଇ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ଯେଉଁ ମିକ୍ସଚର ଖାଇଥିଲେ ସେହି ପ୍ୟାକେଟରେ ଝିଟିପିଟି ପଡ଼ିଥିବା ଅଭିଯୋଗ ହୋଇଛି। ଯୁବକଙ୍କ ଚିକିତ୍ସା ହସ୍‌ପିଟାଲରେ ଜାରି ରହିଛି।

ସୂଚନାଯୋଗ୍ୟ, ଏଭଳି ଏକ ମାମଲା ଜଲାଲାବାଦ ଥାନା ଅଞ୍ଚଳର ନୂଆ ଗାଁରୁ ସାମ୍ନାକୁ ଆସିଛି। ଶୈଳେନ୍ଦ୍ର ନାମକ ଜଣେ ଯୁବକ ଗତ ଶନିବାର ରାତିରେ ଗ୍ରାମ ପାଖରେ ଥିବା ଏକ ଦୋକାନରୁ ମିକ୍ସଚର କିଣି ଖାଇଥିଲେ। ପ୍ୟାକେଟ ଖୋଲି ଖାଇବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ପେଟ କାଟିବା ସହିତ ବାନ୍ତି ବି ହୋଇଥିଲା। ତାଙ୍କୁ ପରିବାରଲୋକ ଚିକିତ୍ସା ପାଇଁ ହସ୍‌ପିଟାଲରେ ନେଇ ଭର୍ତ୍ତି କରିଥିଲେ। ସେ ଯେଉଁ ପ୍ୟାକେଟରୁ ମିକ୍ସଚର ଖାଇଥିଲେ ତୋକୁ ଖୋଲି ଦେଖିଲା ବେଳକୁ ତା’ ଭିତରୁ ଝିଟିପିଟିର ମୁଣ୍ଡ ଓ ଗୋଡ଼ ବାହାରିଥିଲା। ଏହି ମିକ୍ସଚର ସେଠାରେ ଏକ ସ୍ଥାନୀୟ ଫ୍ୟାକ୍ଟ୍ରିରେ ବନାଇ ବିକ୍ରି କରାଯାଉଥିବା ଜଣାପଡ଼ିଛି। ଏବେ ଯୁବକଙ୍କ ଶରୀରାବସ୍ଥା ସ୍ଥିର ଅଛି ବୋଲି ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe