ତାଲା ଭାଙ୍ଗି ୧୦ ଭରି ଅଳଙ୍କାର ଓ ଲକ୍ଷେ ଟଙ୍କା ଲୁଟିନେଲେ

Advertisment
ବାଇଡଙ୍କ ଫୋପାଡ଼ି ଲୁଟିଲେ ୫୦ ହଜାର

ଖୋର୍ଧା: ଗୋଟିଏ ପଟରେ ପୁଲିସ ଡକାୟତଙ୍କୁ ଧରି ଜେରା ଚଳାଇଥିବା ବେଳେ ଅନ୍ୟପଟରେ ଚୋରମାନେ ସ୍ପଷ୍ଟ ଦିବାଲୋକରେ ତାଲା ଭାଙ୍ଗି ଘରେ କଳାକନା ବୁଲାଇଛନ୍ତି। ଏହି ଘଟଣାରେ ପୁଲିସକୁ ଚୋରମାନେ ଖୋଲା ଚାଲେଞ୍ଜ ଦେଇଛନ୍ତି। ଘଟଣା ଘଟିଛି, ଖୋର୍ଧା ଟାଉନ୍‌ ଥାନା ଅନ୍ତର୍ଗତ ଖୋର୍ଧା ମହିଳା ମହାବିଦ୍ୟାଳୟ ସମ୍ମୁଖରେ। ଆଜି ଅପରାହ୍‌ଣ ପ୍ରାୟ ୩ଟାରେ ଖୋର୍ଧା ମହିଳା ମହାବିଦ୍ୟାଳୟ ସମ୍ମୁଖରେ ରହୁଥିବା ମାନସ ପରିଡ଼ାଙ୍କ ପରିବାରଲୋକ ସ୍ଥାନୀୟ ବାସୁଳେଇ ସାହିରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଘରେ କେହି ନଥିବା ସୁଯୋଗରେ ଘରର ତାଲା ଭାଙ୍ଗି ଚୋରମାନେ ଘରେ ପଶି ଆଲମିରାର ଲକରକୁ ଭାଙ୍ଗି ଦେଇଥିଲେ। ଲକରରେ ରହିଥିବା ୧୦ ଭରି ଓଜନର ଅଳଙ୍କାର ଓ ନଗଦ ୧ଲକ୍ଷ ଟଙ୍କାକୁ ଚୋରମାନେ ଲୁଟି ନେଇଥିଲେ। ରିପୋର୍ଟ ଲେଖା ହେଲା ବେଳକୁ ଖୋର୍ଧା ଟାଉନ୍‌ ଥାନାରେ ଏ ସମ୍ପର୍କରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe