ଦୁଇ ଯୁବକଙ୍କୁ ନିଶା ଦେଇ ଲୁଟିଲେ

Advertisment
ଦୁଇ ଯୁବକଙ୍କୁ ନିଶା ଦେଇ ଲୁଟିଲେ

ଭୁବନେଶ୍ବର: ନିଶା ଦେଇ ଦୁଇ ଯୁବକଙ୍କଠାରୁ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ଦୁଇ ଯୁବକ ହେଲେ ବଲାଙ୍ଗୀରର ବନମାଳୀ ବାଗ ଓ କ‌ୋରାପୁଟର ହରି ପୂଜାରୀ। ଦୁଇଜଣଙ୍କୁ ପୁଲିସ ଅଚେତ ଅବସ୍ଥାରେ ଉଦ୍ଧାର କରି ଚିକତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ବନମାଳୀ ପରୀକ୍ଷା ଦେବାକୁ ଭୁବନେଶ୍ବର ଆସିଥିଲେ। କିନ୍ତୁ ତାଙ୍କୁ ଅଚେତ ଅବସ୍ଥାରେ ୟୁନିଟ୍‌-୨ ମାର୍କେଟ୍‌ରୁ ପୁଲିସ ଉଦ୍ଧାର କରିଥିଲା। ସେହିପରି ଖଣ୍ଡଗିରି ଥାନା ପୁଲିସ ବରମୁଣ୍ଡା ବିଡିଏ କଲୋନିରୁ  ହରିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା। ଦୁହିଁଙ୍କ ନିକଟରୁ କେତେ ଟଙ୍କା ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଚେତା ଫେରିବା ପରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe