ଦିନ ଦ୍ୱିପହରେ ଅଧ୍ୟାପକଙ୍କୁ ଘରୁ ଚୋରି

Advertisment
ଦିନ ଦ୍ୱିପହରେ ଅଧ୍ୟାପକଙ୍କୁ ଘରୁ ଚୋରି

Photo by : newsdnntv.com

ଭୁବନେଶ୍ୱର : ପୁଲିସକୁ ଚ୍ୟାଲେଞ୍ଜ ଦେଇ ଦିନ ଦ୍ୱିପହରରେ ଜଣେ ଅଧ୍ୟାପକଙ୍କ ଘରୁ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଏଭଳି ଏକ ଘଟଣା ଘଟିଛି କ୍ୟାପିଟାଲ ଥାନା ଅଧୀନ ୟୁନିଟ ୬ କ୍ୱାର୍ଟର୍ସ ନମ୍ବର ଡି-୧୮ରେ।

ମିଳିଥିବା ସୂଚନାନୁଯାୟୀ ଅଭିରାମ ସାହୁ, ପତ୍ନୀ ଅରୁଣା ସାହୁ ଏବଂ ତାଙ୍କ ଝିଅ ତିନି ଜଣ କ୍ୱାର୍ଟର୍ସରେ ରୁହନ୍ତି। ଆଜି ସକାଳ ୫.୩୦ରେ ଅଭିରାମ କାମରେ ବାହାରକୁ ଯାଇଥିଲେ। ୧୧.୩୦ରେ ତାଙ୍କ ପତ୍ନୀ ଅରୁଣା ଝିଅକୁ ଧରି ମାର୍କେଟ ଯାଇଥିଲେ। ଅଭିରାମ କଲେଜରୁ ଅପରାହ୍ଣ ୧୨.୩୦ରେ ଘରକୁ ଫେରି ଦେଖନ୍ତି ଘର ଗେଟ୍‌ ଖୋଲା ହୋଇ ରହିଛି। ସେ ଭିତରକୁ ଯାଇ ଦେଖନ୍ତି ଆଲମିରା ତଡ଼ା ହୋଇ ସେଥିରେ ଥିବା ୫ ଲକ୍ଷ ଟଙ୍କାର ସୁନାଗହଣା ଓ ୭୯ ହଜାର ଟଙ୍କା ନାହିଁ। ଏହା ଦେଖି ଅଭିରାମ ତୁରନ୍ତ କ୍ୟାପିଟାଲ ଥାନାକୁ ଫୋନ୍‌ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ଏନେଇ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe