ଭୁବନେଶ୍ବର : ରବିବାର ଦୁଇ ଟ୍ରେନ୍ ଯାତ୍ରୀଙ୍କୁ ଚା’ରେ ନିଶା ଦେଇ ଲୁଟ୍ ହୋଇଥିବା ବେଳେ ଆଜି ବରମୁଣ୍ଡା ବସ୍ଷ୍ଟାଣ୍ଡରେ କେନ୍ଦ୍ରାପଡ଼ା କେଡ଼ାଗୋରୁଆ ଗ୍ରାମର ଶ୍ୟାମ ଟୁଡ଼ୁଙ୍କୁ ଆଇସ୍କ୍ରିମ୍ରେ ନିଶା ଦେଇ ଦୁର୍ବୃତ୍ତମାନେ ୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଛି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ନୂଆ ଆଇସ୍କ୍ରିମ୍ ଲଞ୍ଚ୍ ହୋଇଛି। ମାଗଣାରେ ସମସ୍ତଙ୍କୁ ଦିଆଯାଉଛି କହି ଦୁଇଜଣ ଯୁବକ ତାଙ୍କୁ ଆଇସ୍କ୍ରିମ୍ ଦେବା ପରେ ସେ ବେହୋସ୍ ହୋଇ ଯାଇଥିବା କହିଛନ୍ତି।
ନିଶା ଦେଇ ଲୁଟ୍
Advertisment
Follow Us