ନକଲି ଆକାଉଣ୍ଟ‌ ଖୋଲି କଳାକାରଙ୍କ ସାଙ୍ଗଙ୍କୁ ଲୁଟ୍‌, ‌ଫେସ୍‌ବୁକ୍‌ ଚାଟିଂରେ ମାଗୁଥିଲା ଟଙ୍କା

Advertisment
ନକଲି ଆକାଉଣ୍ଟ‌ ଖୋଲି କଳାକାରଙ୍କ ସାଙ୍ଗଙ୍କୁ ଲୁଟ୍‌, ‌ଫେସ୍‌ବୁକ୍‌ ଚାଟିଂରେ ମାଗୁଥିଲା ଟଙ୍କା

Kashmir Vision

ଭୁବନେଶ୍ବର: ଜଣେ କଳାକାରଙ୍କ ନାମରେ ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲି ତାଙ୍କ ସାଙ୍ଗମାନଙ୍କଠାରୁ ଟଙ୍କା ଲୁଟ୍‌। ଏଭଳି ଏକ ସାଇବର୍‌ ଠକେଇ ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ମହାପ୍ରସାଦ କର ନାମକ ଜଣେ କଳାକାର ସହିଦନଗର ଥାନାରେ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ୪ମାସ ତଳେ କେହି ଦୁର୍ବୃତ୍ତ ତାଙ୍କ ନାମରେ ଏକ ଫେକ୍‌ ଫେସବୁକ୍‌ ଆକାଉଣ୍ଟ ଖୋଲିଥିଲା। ଆକାଉଣ୍ଟରୁ ତାଙ୍କ ସାଙ୍ଗମାନଙ୍କୁ ମେସଜ୍‌ କରି ଟଙ୍କା ଧାର ମାଗିଥିଲା। ଟଙ୍କା ଡିପୋଜିଟ୍‌ ପାଇଁ ସେ ସେମାନଙ୍କୁ ଏକ ଫୋନ୍‌ ପେ’ ନମ୍ବର ଦେଉଥିଲା। ତେବେ ବାରମ୍ବାର ଟଙ୍କା ମାଗିବାରୁ ସାଙ୍ଗମାନଙ୍କ ସନ୍ଦେହ ହୋଇଥିଲା। ସାଙ୍ଗମାନେ ମହାପ୍ରସାଦଙ୍କୁ ଫୋନ୍‌ କରି ଏ ସଂପର୍କରେ ପଚାରିବାରୁ ପ୍ରକୃତ ଘଟଣା ପଦାକୁ ଆସିଥିଲା।

କେହି ଜଣେ ଦୁର୍ବୃତ୍ତ ତାଙ୍କ ନାମରେ ନକଲି ଆକାଉଣ୍ଟ ଖୋଲି ଟଙ୍କା ମାଗୁଛି ବୋଲି ସେ ଜାଣିବାକୁ ପାଇଥିଲେ। ତେଣୁ ଏ ସଂପର୍କରେ ସେ ତାଙ୍କର ସବୁ ସାଙ୍ଗଙ୍କୁ ଜଣାଇବା ସହ ସତର୍କ କରାଇ ଦେଇଥିଲେ। ତେବେ ଯେଉଁ ଫୋନ୍‌ ପେ’ ଆକାଉଣ୍ଟରେ ଟଙ୍କା ଜମା ହେଉଥିଲା, ତାହା ଢେଙ୍କାନାଳ ଜିଲ୍ଲା ପିଙ୍ଗୁଆ ଅଞ୍ଚଳର ସିଲୁ ଖଟୁଆଙ୍କର ବୋଲି ଜଣାଯାଇଛି। ଏ ସଂପର୍କରେ ମହାପ୍ରସାଦ ଆଜି ସହିଦନଗର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମହାପ୍ରସାଦଙ୍କ ସୂଚନାକୁ ଆଧାର କରି ପୁଲିସ ଉକ୍ତ ଯୁବକଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe