ହାତ, ଗୋଡ଼ ବାନ୍ଧି ମହିଳାଙ୍କଠାରୁ ଲୁଟ୍‌

Advertisment
ଖଣ୍ଡଗିରି : ଚା’ରେ ନିଶା ଦେଇ ୩ ଜଣଙ୍କୁ ଲୁଟିଲେ

photo by : Free Vector

ବାରଙ୍: ନନ୍ଦନକାନନ ଥାନା ଅଧୀନ ବଡ଼ ବାଲିପଡ଼ା ଗ୍ରାମର ଜଣେ ମହିଳାଙ୍କଠାରୁ ଦିନ ଦି’ପହରେ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ମହିଳାଜଣଙ୍କ ହେଲେ, ବଡ଼ ବାଲିପଡ଼ା ଗ୍ରାମର କେଶବ ସେନାପତିଙ୍କ ବୋହୂ ଦୀପ୍ତି ମଣ୍ଡଳ। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୨ଟା ବେଳେ ସେ ଘର ବାଡ଼ିପଟ ଗାଧୁଆ ଘରକୁ ଯାଇଥିବା ବେଳେ ୨ଜଣ ଲୁଟେରା ତାଙ୍କ ହାତ, ଗୋଡ଼ ଓ ମୁହଁ ବାନ୍ଧି ତାଙ୍କୁ ମାଡ଼ ମାରିବା ସହ ସେ ପିନ୍ଧିଥିବା ସମସ୍ତ ସୁନା ଅଳଙ୍କାର ଲୁଟି ନେଇଥିଲେ। ଲୁଟେରାଦ୍ୱୟଙ୍କ ମଧ୍ୟରେ ଜଣେ ମହିଳା ଥିବା ଦୀପ୍ତି କହିଛନ୍ତି। ଏନେଇ ଦୀପ୍ତିଙ୍କ ପରିବାରଲୋକେ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଦୀପ୍ତି ଗାଧୁଆଘରକୁ ଯାଇଥିବା ବେଳେ ଲୁଟେରାଦ୍ୱୟ ତାଙ୍କ ପାଟିକୁ ହାତରେ ବନ୍ଦ କରି ଏକ ଲୁଗାରେ ହାତ, ଗୋଡ଼ ବାନ୍ଧି ଦେଇଥିଲେ। ଦୀପ୍ତି ପ୍ରତିବାଦ କରିବାରୁ ଏକ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ଲୁଟେରାଦ୍ୱୟ ତାଙ୍କଠାରୁ ସୁନା ଚେନ, ମୁଦି ଓ ସୁନା ପଲ୍ଲା ଲୁଟ୍‌ କରିଥିଲେ। ଗଲା ବେଳେ ସେମାନେ ଗାଧୁଆ ଘର ଭିତରେ ଦୀପ୍ତିଙ୍କୁ ଫିଙ୍ଗି ଦେଇ ଚାଲି ଯାଇଥିଲେ। ବହୁ ବିଳମ୍ବରେ ପରିବାରଲୋକେ ତାଙ୍କୁ ଗାଧୁଆ ଘରୁ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe