ବେକରେ ଛୁରି ଲଗାଇ ମହିଳାଙ୍କ ମୋବାଇଲ ଲୁଟ୍‌, ଏତଲା କପି ଦେବାକୁ ପୁଲିସ୍‌ କୁନ୍ଥକୁନ୍ଥ

Advertisment
ଚନ୍ଦ୍ରଶେଖରପୁର : ମହିଳାଙ୍କ ସୁନାଚେନ୍ ଝାମ୍ପିନେଲେ

m.dailyhunt.in

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଅଞ୍ଚଳରେ ମାତିଛନ୍ତି ଲୁଟେରା। ପ୍ରତ୍ୟେକ ଦିନ ଥାନା ଅଞ୍ଚଳରୁ ଲୁଟପାଟ, ଚୋରି ଓ ଛିନତାଇ ଭଳି ଘଟଣା ବଢ଼ି ଚାଲିଛି। ବଡ଼ କଥା ହେଉଛି ଏ ନେଇ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରିବାକୁ କୁଣ୍ଠାବୋଧ ପ୍ରକାଶ କରୁଛି। ଏଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି ସଂପୃକ୍ତ ଥାନା ଅଧୀନରେ। ଗତ ମାସ ୨୮ ତାରିଖରେ ଚକେଇସିଆଣିରେ ରହୁଥିବା ସୁବ୍ରତ ମିଶ୍ରଙ୍କ ପତ୍ନୀ ରଶ୍ମିତା ଦାସ ମଞ୍ଚେଶ୍ବରରେ ଥିବା କାର୍ଯ୍ୟାଳୟରୁ ଘରକୁ ଆସୁଥିଲେ। ସିପେଟ ନିକଟରେ ଏକ ବାଇକରେ ଦୁଇ ଜଣ ଯୁବକ ଆସି ତାଙ୍କ ବେକରେ ଛୁରି ଲଗାଇ ପର୍ସ ଓ ମୋବାଇଲ ଲୁଟି ନେଇଥିଲେ। ଲୁଟପାଟବେଳେ ରଶ୍ମିତାଙ୍କ ସହିତ ଲୁଟେରାଙ୍କ ଧସ୍ତାଧସ୍ତି ହୋଇଥିଲା। ଏଥିରେ ରଶ୍ମିତା ସାମାନ୍ୟ ଆହତ ମଧ୍ୟ ହୋଇଥିଲେ। ଏ ନେଇ ସୁବ୍ରତ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏତଲା କପି ଦେବାକୁ କହି ଗଡ଼ାଇ ଚାଲିଛି।

ସେହିପରି ମହେଶ୍ବର ବାରିକ ନାମକ ଜଣେ ଯୁବକ ଚକେଇସିଆଣିରୁ ଫେରୁଥିବାବେଳେ ଏକ କଳାରଙ୍ଗ ପଲସର ବାଇକରେ ଦୁଇ ଜଣ ଯୁବକ ଆସି ତାଙ୍କ ମୋବାଇଲ ଝାମ୍ପି ନେଇଥିଲେ। ଗତକାଲି ରାତିରେ ସେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। କିନ୍ତୁ ପୁଲିସ ତାଙ୍କ ଅଭିଯୋଗକୁ୍ ଗ୍ରହଣ କରିଥିଲେ ମଧ୍ୟ ଏତଲା କପି ପ୍ରଦାନ କରିନାହିଁ। ଏଠାରେ ପ୍ରକାଶଥାଉକି, ଗତ ମାସରେ ପଳାସୁଣୀ ଓଭରବ୍ରିଜ ତଳେ ଜଣେ କାର ଚାଳକଙ୍କଠାରୁ ବନ୍ଧୁକ ମୁନରେ କାର ଲୁଟ ହୋଇଥିଲା। ଏ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାଙ୍କ ଅଭିଯୋଗର କର୍ଣ୍ଣପାତ କରୁ ନ ଥିଲା। ଶେଷର ସେ ଅତିରିକ୍ତ ପୁଲିସ କମିସନର ସଂଜୟ କୁମାର ସିଂହଙ୍କୁ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe