ବରିଷ୍ଠ ନାଗରିକଙ୍କଠାରୁ ଝାମ୍ପିନେଲେ ଟଙ୍କା ବ୍ୟାଗ

Advertisment
ନବରଙ୍ଗପୁର: ପୂର୍ବତନ ବିଧାୟକ ସଦନ ନାୟଙ୍କ ଠାରୁ ୨.୫୫ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ପୁରୁଣା ଭୁବନେଶ୍ୱର : ଭୀମଟାଙ୍ଗି ପ୍ଲଟ୍‌ ନଂ ୨୪୩୬ରେ ରହୁଥିବା ରଘୁନାଥ ପାତ୍ର(୭୨) ଆଜି ଅପରାହ୍ଣରେ ଷ୍ଟେଟ୍‌ ବ୍ୟାଙ୍କରୁ ଲକ୍ଷେ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଟଙ୍କା ବ୍ୟାଗ୍‌ ଝାମ୍ପି ନେଇଛନ୍ତି। ଏ ନେଇ ସେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ସେ ଘରକୁ ଫେରିବା ବେଳେ ବାଟରେ ମହତାବ ରୋଡ୍‌ ଷ୍ଟେଟ୍‌ବ୍ୟାଙ୍କୁ ଯାଇଥିଲେ। ସେଠାରେ ଦୁଇ ଜଣ ଯୁବକ ଠିଆହୋଇଥିଲେ। ଯୁବକ ଦ୍ବୟ ତାଙ୍କର ୪ଟି ୫୦ଟଙ୍କିଆ ପଡ଼ି ଯାଇଥିବା କହିଥିଲେ। ମାତ୍ର ସେ ଶୁଣି ନଥିଲେ। ସେ ବ୍ୟାଙ୍କରୁ ଫେରି ତାଙ୍କ ସ୍କୁଟି ଚାବି ଖୋଲିବା ବେଳେ କେହି ସେଥିରେ କାଠି ପୂରାଇ ଦେଇଥିଲା। ସ୍କୁଟି ଷ୍ଟାର୍ଟ ନହେବାରୁ ଶ୍ରୀ ପାତ୍ର ଗ୍ୟାରେଜ୍‌ ଖୋଜିବାକୁ ଯାଇଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ଅଜଣା ବାଇକ୍‌ରେ ଆସି ତାଙ୍କ ଟଙ୍କା ବ୍ୟାଗ୍‌ ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ଛାନ୍‌ଭିନ୍‌ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe