ଡକାୟତି ଉଦ୍ୟମ ବିଫଳ: ୫ ଡକାୟତ ଗିରଫ

Advertisment
ଡକାୟତି ଉଦ୍ୟମ ବିଫଳ: ୫ ଡକାୟତ ଗିରଫ

ଭୁବନେଶ୍ବର: ଜଗନ୍ନାଥ ଏକ୍ସପ୍ରେସ୍‌ ଓ ହାୱଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ୍‌ରୁ ଡକାୟତି ଉଦ୍ୟମ ବେଳେ ରେଳବାଇ ଥାନା ପୁଲିସ ଚଢ଼ଉ କରି ୫ ଡକାୟତଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୩ଟି ମୋବାଇଲ୍‌ ଫୋନ୍‌, ୨ଟି କଟୁରି, ମୁଖା ଆଦି ଜବତ କରିଛି। ସେମାନେ ହେଲେ ବିହାରର ପପୁ କୁମାର, ଅବିନାଶ କୁମାର, ଧୀରଜ କୁମାର, ପୁରୀ ଜିଲ୍ଲା କଣାସ ଅଞ୍ଚଳର ଦୀପକ ପ୍ରଧାନ ଏବଂ କଟକ ଚୌଦ୍ବାର ଅଞ୍ଚଳର ଟୁଟୁ ନାଏକ ଓରଫ ଟୁଲୁ। ପୁଲିସ ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଡକାୟତମାନେ ଫାଳିକିଆ ବସ୍ତି ନିକଟ ନିଛାଟିଆ ସ୍ଥାନରେ ଏକତ୍ର ହୋଇ ଡକାୟତି ପାଇଁ ଯୋଜନା କରୁଥିବା ରେଳବାଇ ଥାନା ପୁଲିସ ଖବର ପାଇଥିଲା। ସେମାନେ ‌ଜଗନ୍ନାଥ ଏକ୍ସପ୍ରେସ୍‌ ଓ ହାୱଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ୍‌ର ଯାତ୍ରୀଙ୍କୁ ଟାର୍ଗେଟ୍‌ କରିଥିବା ପୁଲିସ ଜାଣିବାକୁ ପାଇଥିଲା। ଏ ସମ୍ପର୍କରେ ଜାଣିବା ପରେ ପୁଲିସର ଦୁଇଟି ଟିମ୍‌ ସେଠାରେ ଛକି ରହିଥିଲେ। ସେମାନେ ରେଳଧାରଣା ଆଡ଼କୁ ଆସୁଥିବା ବେଳେ ପୁଲିସ ଘେରି ଯାଇଥିଲେ। ଥାନାକୁ ଆଣି ପଚରାଉଚୁରା ବେଳେ ସେମାନେ ଡକାୟତି ଯୋଜନା ବିଷୟରେ ମାନିଥିଲେ। ଖାଲି ସେତିକି ନୁହେଁ ଗତ ସପ୍ତାହରେ ବାଲୁଗାଁ- ଭୁଷଣ୍ଡପୁର ନିକଟରୁ ଯାତ୍ରୀଙ୍କ ଠାରୁ ସୁନାଗହଣା ଲୁଟ୍‌ପାଟ୍‌ କରିଥିବା ମାନିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଡକାୟତମାନଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe