ପୁଣି ମାତିଲେ ଡେଙ୍ଗାଗେଡ଼ା

Advertisment
ବାଇଡଙ୍କ ଫୋପାଡ଼ି ଲୁଟିଲେ ୫୦ ହଜାର

ଭୁବନେଶ୍ୱର : ଦୀର୍ଘ ଦିନର ନିରବତା ପରେ ପୁଣି ମାତିଲେ ଡେଙ୍ଗାଗେଡ଼ା। ପୁଲିସକୁ ଚ୍ୟାଲେଞ୍ଜ ଦେଇ ଜଣେ ଯୁବଙ୍କଠାରୁ ଦୁହେଁ ଲୁଟ୍‌ପାଟ୍‌ କରିଛନ୍ତି। ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାନୁଯାୟୀ ହାଇଟେକ୍‌ ପ୍ଲାଜାରେ ରହୁଥିବା ରିତେଶ ପଟ୍ଟନାୟକ ନାମକ ଜଣେ ଯୁବକ ଆଜି ସଂଧ୍ୟାରେ ଯାଉଥିବା ସମୟରେ ଏକ କଳା ପଲସରରେ ଡେଙ୍ଗା ଗେଡ଼ା ଦୁଇଜଣ ଯୁବକ ଆସି ବନ୍ଧୁକ ଦେଖାଇ ତାଙ୍କଠାରୁ ଏକ ମୋବାଇଲ, ୫ ହଜାର ଟଙ୍କା ଓ ଦୁଇ ଭରିର ସୁନାଚେନ୍‌ ଲୁଟି ନେଇଥିଲେ। ରିତେଶଙ୍କ କହିବାନୁଯାୟୀ ସେମାନେ ଯେଇଁ ପଲସର ଗାଡ଼ିରେ ଆସିଥିଲେ ତାର ନମ୍ବର ପ୍ଲେଟରେ କାଦୁଅ ଲାଗି ଥିବା କାରଣରୁ ସେ ତାଙ୍କ ନମ୍ବର ଜାଣି ପାରି ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe