ଲୁଟେରା ଗିରଫ, ୨ ସୁନା ହାର ଓ ବାଇକ୍‌ ଜବତ

ଲୁଟେରା ଗିରଫ, ୨ ସୁନା ହାର ଓ ବାଇକ୍‌ ଜବତ

Photo by : malayalam.oneindia.com

ଭୁବନେଶ୍ୱର: ଖାରବଳେନଗର ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିବା ସହ ୨ଟି ସୁନା ହାର ଓ ଗୋଟିଏ ବାଇକ୍‌ ଜବତ କରିଛି। ସେ ହେଲା ୟୁନିଟ୍‌-୪ ଅଞ୍ଚଳର ଲିଟୁ ବାହାଲିଆ(୨୭)। ଗତ ଡିସେମ୍ବର ମାସରେ ସାଗରିକା ବରିଶଲ ନାମକ ଜଣେ ମହିଳା ୟୁନିଟ୍‌-୩ ସ୍ଥିତ ସାଇମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିଲେ। ଏହି ସମୟରେ ଲିଟୁ ଓ ତାର ଜଣେ ସହଯୋଗୀ ବାଇକ୍‌ରେ ଆସି ସାଗରିକାଙ୍କ ସୁନାହାର ଝାମ୍ପି ନେଇଥିଲେ। ଏନେଇ ସାଗରିକା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଗୁରୁବାର ସନ୍ଧ୍ୟାରେ ଲିଟୁ ବିଗ୍‌ବଜାର ସ୍ଥିତ ଶୁଭମ୍‌ମାର୍କେଟ ଅଞ୍ଚଳରେ ଥିବା ଏକ ଦୋକାନରେ ହାର ବିକ୍ରିକରିବା ପାଇଁ ଆସିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ତାକୁ ଗିରଫ କରିବା ସହ ୨ଟି ହାର ଓ ଗୋଟିଏ ବାଇକ୍‌ ଜବତ କରିଥିଲା। ପୁଲିସ ତାକୁ ଥାନାକୁ ଆଣି ପଚରା ଉଚରା ପରେ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe