ରାତିକ ଭିତରେ ୪ ଘରୁ ଚୋରି

Advertisment
ଖଣ୍ଡଗିରି : ଚା’ରେ ନିଶା ଦେଇ ୩ ଜଣଙ୍କୁ ଲୁଟିଲେ

photo by : Free Vector

ଧଉଳି: ଧଉଳି ଥାନା ଅଧୀନ ବିଜୟବିହାର ଅଞ୍ଚଳରୁ ଗତକାଲି ରାତିରେ ୪ଜଣଙ୍କ ଘରୁ ଚୋରି ହୋଇଛି। ଗ୍ରିଲ ତାଲା କାଟି ଏବଂ ଝରକା ତାଡ଼ି ସେମାନଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ସର୍ବମୋଟ ୧୮ ହଜାର ଟଙ୍କା ଲୁଟି ନେଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ଜଟଣୀ ରେଲ୍‌େଓ୍ଵ ଷ୍ଟେସନ ମାଷ୍ଟର ସୁଶାନ୍ତ ମଲ୍ଲିକଙ୍କ ଦୁଇଟି ରୁମର ଝରକା ତାଡ଼ି ତାଙ୍କ ପ୍ୟାଣ୍ଟରୁ ଅଢ଼େଇ ହଜାର ଟଙ୍କା ଲୁଟି ନେଇଥିଲେ। ପରେ ଶୋଇବା ଘର ଝରକା ପଟେ ହାତଗଳାଇ ପତ୍ନୀ ରଞ୍ଜନା ଦାସଙ୍କ ବେକରୁ ୨୦ ଗ୍ରାମ ଓଜନର ସୁନାଚେନ ଓ ଲକେଟ ଭିଡ଼ି ନେଇଥିଲେ। ସେହିପରି ଏକ ଫାର୍ମହାଉସର ୪ଜଣ କର୍ମଚାରୀଙ୍କ ଘରୁ ଟଙ୍କା, ମୋବାଇଲ ଫୋନ ଓ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି। ବାବୁନାଙ୍କ ଗୋଡ଼ହାତ ଓ ମୁହଁ ବାନ୍ଧି ଝଞ୍ଜିର ଦେଇ ଦେଇଥିଲେ। କୁନିଙ୍କ ଘରେ ପଶି ଟ୍ରଙ୍କରୁ ସୁନାକାନ ଫୁଲ ଓ ୧୫ ହଜାର ଟଙ୍କା ଲୁଟି ନେଇଥିଲେ। ଅଜିତ ଓ କାନ୍ଦୁରାଙ୍କ ବେଡରୁମ ପାଖ ଘରେ ପଶି ଜିନିଷପତ୍ର ଲୁଟି ନେଇଥିଲେ। ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ପତ୍ତା ପାଇନି। ଏନେଇ ଧଉଳି ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି। ଏହି ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ ଠିକ୍‌ ଭାବରେ ହେଉ ନଥିବାରୁ ଚୋରି ବଢ଼ୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଦିଗରେ ପୁଲିସ କମିସନର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe