ନିଶା ବିସ୍କୁଟ ଦେଇ ଲୁଟିଲେ

Advertisment
ସାହସିକତା ଦେଖାଇଲେ ସେବାୟତ, ଚେନ୍‌ ଲୁଟେରାକୁ ଗାଡ଼ିରୁ ଟାଣିଆଣିଲେ

New Indian Express

ଖଣ୍ଡଗିରି: ଫାୟାର ଷ୍ଟେସନ ଛକରୁ ଖଣ୍ଡଗିରି ଥାନା ପୁଲିସ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିବା ଯୁବକ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେ ହେଲେ, ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ହରିପୁର ଗାଁର ବିଦ୍ୟାଧର ବେହେରାଙ୍କ ପୁଅ ଆନନ୍ଦ(୨୫)। କେହି ଦୁର୍ବୃତ୍ତ ନିଶା ବିସ୍କୁଟ ଦେଇ ତାଙ୍କଠାରୁ ଟଙ୍କା ଓ ମୋବାଇଲ୍‌ ଲୁଟି ନେଇଥିବା ଜଣାପଡ଼ିଛି। ଆନନ୍ଦ ଭୁବନେଶ୍ବରର ଏକ ବାର୍‌ରେ କାମ କରନ୍ତି। ଶନିବାର ସନ୍ଧ୍ୟାରେ ସେ ଗାଁକୁ ଯିବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ‌ରେ ପହଞ୍ଚିଥିଲେ। କିନ୍ତୁ ରବିବାର ସକାଳୁ ପୁଲିସ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲା। ଚିକିତ୍ସା ପରେ ଆଜି ଅପରାହ୍‌ଣରେ ତାଙ୍କ ସଂଜ୍ଞା ଫେରିଥିଲା। ଆନନ୍ଦଙ୍କ କହିବା ମୁତାବକ, ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଣେ ଯୁବକ ଗଣିଆ ଯିବା କଥା କହି ତାଙ୍କ ସହ ମିଶିଥିଲା। କିଛି ସମୟ ପରେ ସେ ଏକ ବିସ୍କୁଟ୍‌ ପ୍ୟାକେଟ୍‌ ଖୋଲି ନିଜେ ଖାଇଥିଲା ଓ ତାଙ୍କୁ ବି ଦେଇଥିଲା। ବିସ୍କୁଟ୍‌ ଖାଇବା ପରେ ସେ ଆଉ କିଛି ଜାଣି ପାରିନଥିଲେ। ତାଙ୍କ ପାଖରେ ୩ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଥିଲା। ଦୁର୍ବୃତ୍ତଜଣକ ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe