ଭଡ଼ାରେ ରହିବା ପାଇଁ ଘର ଦେଖିବାକୁ ଆସିି ବୃଦ୍ଧାଙ୍କୁ ଲୁଟିିଲେ ଦୁର୍ବୃତ୍ତ

ଭଡ଼ାରେ ରହିବା ପାଇଁ ଘର ଦେଖିବାକୁ ଆସିି ବୃଦ୍ଧାଙ୍କୁ ଲୁଟିିଲେ ଦୁର୍ବୃତ୍ତ

ଭୁବନେଶ୍ବର: ଘର ଭଡ଼ା ଖୋଜିବା ବାହାନାରେ ବୃଦ୍ଧାଙ୍କ ଠାରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ । ଭୁବନେଶ୍ୱର ପ୍ରଶାନ୍ତି ବିହାର ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଘରଭଡ଼ା ବୁଝିବାକୁ ଆସିବା ବାହାନାରେ ବୃଦ୍ଧାଜଣଙ୍କ ଏକୁଟିଆ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚେନ୍ ଲୁଟି ନେଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଦୁର୍ବୃତ୍ତମାନେ ନିଜକୁ ସ୍ଥାନୀୟ ଅଞ୍ଚଳର କଲେଜ ଛାତ୍ର ବୋଲି ପରିଚୟ ଦେଇ ମହିଳାଙ୍କ ଘରକୁ ଭଡ଼ା ନେବା ପାଇଁ ଦେଖିବାକୁ ଯାଇଥିଲେ । ସେଠାରେ କିଛି ସମୟ ଘର ବୁଲି ଦେଖିବା ପରେ ମାସକ ଭଡ଼ା ନେଇ ମୁଲଚାଲ କରିଥିଲେ । ପରେ ମହିଳାଜଣକ ଘରେ ଏକୁଟିଆ ଥିବା ଜାଣିପାରି ତାଙ୍କ ବେକରୁ ସୁନା ଚେନ ଲୁଟ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଏହି ଘଟଣା ପରେ ମହିଳାଜଣଙ୍କ ଇନଫୋସିଟି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । କିନ୍ତୁ ସେମାନଙ୍କ ଚେହେରା ସିସିଟିଭିରେ ଠିକ ଭାବରେ ଦେଖାଯାଉ ନଥିବାରୁ ଏ ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିପାରିନାହିଁ । ସେମାନେ ଅଣଓଡ଼ିଆ ବୋଲି ଅନୁମାନ କରାଯାଉଛି । ପୁଲିସ ସେମାନଙ୍କ ପରିଚୟ ଜାଣିବା ପାଇଁ ତଦନ୍ତ ଚଳାଇଥିବା ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe