ଠିକାଦାରଙ୍କ ଘରୁ ଲୁଟିନେଲେ ନଗଦ ଟଙ୍କା, ସୁନା ଗହଣା

Advertisment
ପର୍ସ ଛଡ଼ାଇ ଫେରାର୍‌ ହେବାକୁ ଉଦ୍ୟମ କରୁଥିବା ବେଳେ ଲୁଟେରାକୁ ଧରି ଛେଚିଲେ ଦୁଇ ଯୁବତୀ

ଚନ୍ଦ୍ରଶେଖରପୁର: ସୋମବାର ଭୋର ପ୍ରାୟ ୪ଟାରେ ଚନ୍ଦ୍ରଶେଖରପୁର ଥାନା ଅଧୀନ ନୀଳାଦ୍ରି ବିହାର ସେକ୍ଟର ୨/୩୧୩ରେ ରହୁଥିବା ଠିକାଦାର ପଦ୍ମଲୋଚନଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ଗ୍ରିଲ୍‌ ତାଡ଼ି ନଗଦ ୨ ଲକ୍ଷ ଟଙ୍କା ଓ ୩ ଲକ୍ଷରୁ ଊର୍ଧ୍ବ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ସମୁକୂଳ ଗ୍ରାମର ପଦ୍ମଲୋଚନ ଜଣେ ଠିକାଦାର। ରବିବାର କୌଣସି କାମରେ ପରିବାର ସହ ଗାଁକୁ ଯାଇଥିଲେ। ସୋମବାର ଅପରାହ୍‌ଣରେ ଫେରିବା ପରେ ତାଙ୍କ ଘର ଗ୍ରିଲ୍ ତାଲା ତଡ଼ା ହୋଇଥିବା ଦେଖିଥିଲେ। ଆଲମାରିରେ ଥିବା ନଗଦ ୨ଲକ୍ଷ ଟଙ୍କା ଓ ୩ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ସେ ତୁରନ୍ତ ସ୍ଥାନୀୟ ଥାନାକୁ ଖବର ଦେବାପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିବା ସହିତ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ କରିଛି। ପଦ୍ମଲୋଚନଙ୍କ କହିବା ମୁତାବକ ସେ ଜଣେ ଗ୍ରାହକଙ୍କ ଘର ତିଆରି ପାଇଁ ୩ଲକ୍ଷ ଟଙ୍କା ଆଣିଥିଲେ। ଏ ସଂପର୍କରେ ତାଙ୍କର ଜଣେ ବନ୍ଧୁ ଜାଣିଥିଲେ। ପୁଲିସ୍ ସେହି ବନ୍ଧୁଙ୍କୁ ପଚରାଉଚରା କରୁଥିବା ଥାନା ଅଧିକାରୀ ବିଶ୍ବରଞ୍ଜନ ନାୟକ କହିଛନ୍ତି। ଅନ୍ୟପକ୍ଷରେ ପଦ୍ମଲୋଚନ ଏତେ ଟଙ୍କା କାହିଁକି ରଖିଥିଲେ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe