ଚନ୍ଦ୍ରଶେଖରପୁର : ବନ୍ଧୁକ ଦେଖାଇ ମୁଖାପିନ୍ଧା ଦୁର୍ବୃତ୍ତ ଯୁବକଙ୍କଠାରୁ ଲୁଟ୍ ଉଦ୍ୟମ କରିଛନ୍ତି। ମାତ୍ର ଲୋକ ଆସିଯିବାରୁ ଲୁଟେରା ଘଟଣାସ୍ଥଳରେ ବାଇକ୍ ଛାଡ଼ି ଫେରାର୍ ହୋଇଯାଇଛନ୍ତି। ସୂଚନାନୁଯାୟୀ ପପୁ ମହାନ୍ତି ନାମକ ଜଣେ ଯୁବକ ନିଜ ବାଇକ୍ ଯୋଗେ ମଞ୍ଚେଶ୍ୱର ସ୍ଥିତ ନିଜ ଘରକୁ ଆସୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ପିଛାକରି ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ନିକଟରେ ଥିବା ଅନ୍ଧାରିଆ ରାସ୍ତାରେ ଅଟକାଇଥିଲେ। ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ସୁନା ଚେନ୍ ଓ ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସେହି ସମୟରେ ଅନ୍ୟ ଦିଗରୁ କିଛି ଲୋକ ଚାଲିଆସିବାରୁ ଦୁର୍ବୃତ୍ତମାନେ ଲୁଟ୍ କରି ନପାରି ଘଟଣାସ୍ଥଳରେ ବାଇକ୍ ଛାଡ଼ି ପଳାଇଥିଲେ। ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଧୀନ ରସୁଲଗଡ଼ ଛକରେ। ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ୍ ଲୁଟେରାଙ୍କୁ ଧରିିବାକୁ ଛାନ୍ଭିନ୍ ଜାରି ରଖିଛି। ମାତ୍ର ଦୁର୍ବୃତ୍ତମାନେ ମୁଖା ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନିବା ସମ୍ଭବ ହୋଇପାରିନି। ଜବତ୍ ବାଇକ୍ରୁ ପୁଲିସ୍ ଲୁଟେରାଙ୍କ ସମ୍ପର୍କରେ ଖୋଳତାଡ଼ କରୁଛି।
ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ, ବାଇକ୍ ଜବତ
Advertisment
Follow Us