ଧରାପଡ଼ିଲେ ୫ ରାଜପଥ ଲୁଟେରା; ‘ସମ୍ବାଦ’ ଗାଡ଼ିକୁ ଅଟକାଇବା ପରେ ଅନ୍ୟ ଏକ ଟ୍ରକ୍‌ ରୋକି କରୁଥିଲେ ଲୁଟ୍‌ ଉଦ୍ୟମ

Advertisment
ଧରାପଡ଼ିଲେ ୫ ରାଜପଥ ଲୁଟେରା; ‘ସମ୍ବାଦ’ ଗାଡ଼ିକୁ ଅଟକାଇବା ପରେ ଅନ୍ୟ ଏକ ଟ୍ରକ୍‌ ରୋକି କରୁଥିଲେ ଲୁଟ୍‌ ଉଦ୍ୟମ

ବାଲେଶ୍ୱର: ସୋମବାର ବିଳମ୍ବିତ ରାତ୍ରିରେ ବାଲେଶ୍ୱରର ଏନ୍‌ଏଚ୍‌-୬୦ର ହଳଦୀପଦା ପେଟ୍ରୋଲ୍‌ ପମ୍ପ୍‌ ପାଖରେ କିଛି ଲୁଟେରା ଏକ ଟ୍ରକ୍‌କୁ ଅଟକାଇ ଲୁଟ୍‌ ଉଦ୍ୟମ କରିଥିବା ବେଳେ ହଳଦୀପଦା ଫାଣ୍ଡି ପୁଲିସ୍‌ ଖବର ପାଇ ସେମାନଙ୍କୁ ଅଟକାଇ ଗିରଫ କରିଛି। ସେହି ଲୁଟେରାମାନେ ଟ୍ରକ୍‌ ଲୁଟ୍‌ ଉଦ୍ୟମ କରିବାର ମାତ୍ର କିଛି ସମୟ ପୂର୍ବରୁ ସଦର ଥାନା ଅନ୍ତର୍ଗତ ପୁଲଡ଼ିଟାରେ  ‘ସମ୍ବାଦ’ର କାଗଜ ଯାଉଥିବା ଗାଡ଼ିକୁ ଅଟକାଇ ଗାଡ଼ି ଚାବି ଛଡ଼ାଇ ନେଇଥିଲେ। ଖାଲି ସେତିକି ନୁହେଁ, ସେମାନେ ଗାଡ଼ି ଚାଳକଙ୍କ ନିକଟରେୁ ମୋବାଇଲ୍‌ ଓ ଟଙ୍କା ଛଡ଼ାଇ ନେଇଥିବା ମଧ୍ୟ ଜାଣିବାକୁ ମିଳିଛି।

ସମୁଦାୟ ୬ ଜଣ ଲୁଟେରାଙ୍କ ମଧ୍ୟରୁୁ ଜଣେ ଫେରାର୍‌ ଥିବା ବେଳେ ୫ ଜଣ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ନାବାଳକ ବୋଲି ଜାଣିବାକୁ ମିଳିଛି। ଅନ୍ୟ ୨ ଜଣ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ଫୁଲରକେଶବାସ୍ଥିତ ଦଗ୍ରମ ଗ୍ରାମର ସୌରଭ ମହାପାତ୍ର ଓ ସୁଶା ଜେନା। ଫେରାର୍‌ ଥିବା ଅଭିଯୁକ୍ତ ଜଣକ ହେଲେ ରୁଦ୍ର ମହାନ୍ତି(୧୯)। ଧରାପଡ଼ିଥିବା ଅଭିଯୁକ୍ତଙ୍କ ନିକଟରୁ ୮ଟି ମୋବାଇଲ୍‌, ୨ଟି ବାଇକ୍‌ ଓ କିଛି ମାରଣାସ୍ତ୍ର ଜବତ ହୋଇଛି।

ଏ ସଂପର୍କରେ ସୂଚନା ଦେବା ପାଇ ବୁଧବାର ସଦର ଥାନା ପୁଲିସ୍‌ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଥାନା ଏସ୍‌ଡିପିଓ ପ୍ରଭାତ ପାଲ୍‌, ଆଇଆଇସି ମମତା ସାହୁ, ଫାଣ୍ଡି ଅଧିକାରୀ ବଦ୍ରି ନାରାୟଣ ଷଣ୍ଢ ଆଦି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe