ଦିନ ଦ୍ୱିପ୍ରହରରେ ତାଲା ଭାଙ୍ଗି ଲୁଟ୍‌

Advertisment
ଦିନ ଦ୍ୱିପ୍ରହରରେ ତାଲା ଭାଙ୍ଗି ଲୁଟ୍‌

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗଡ଼ ମହାବୀର ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଲୁଟ୍‌ ହୋଇଛି। ଲୁଟେରାମାନେ ତାଲା ଭାଙ୍ଗି ଏଲ୍‌ଇଡି ଟିଭି, ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି। ଗଡ଼ ମହାବୀର ଶିବାନୀ ନଗର ପ୍ଲଟ୍‌ ନଂ ୪୩୩ରେ ରୁହନ୍ତି ପ୍ରକାଶ ମହାନ୍ତି। ସେ ଗତକାଲି ତାଙ୍କ ପରିବାର ସହ ବୁଲିବାକୁ ଯାଇଥିଲେ। ତେବେ ସେ ଘରକୁ ଫେରି ଦେଖନ୍ତି ତ ତାଙ୍କ ଘରର ତାଲା ଭଙ୍ଗା ହୋଇ ଆଲମିରାରେ ଥିବା ୫ହଜାର ଟଙ୍କା, ପ୍ରାୟ ୫୦ହଜାର ଟଙ୍କାର ସୁନା ଗହଣା ଲୁଟ୍‌ ହୋଇଛି। ଏ ନେଇ ପ୍ରକାଶ ଥାନାରେ ଅଭିଯୋଗ କରିଛନ୍ତି। ଦିନ ଦ୍ୱିପ୍ରହରରେ ତାଲା ଭାଙ୍ଗି ଲୁଟ୍‌ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe