ଝରକା ତାଡ଼ି କଳା କନା ବୁଲାଇଲେ ଦୁର୍ବୃତ୍ତ

Advertisment
ଝରକା ତାଡ଼ି କଳା କନା ବୁଲାଇଲେ ଦୁର୍ବୃତ୍ତ

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ବୋଧଖଣ୍ଡି ଗ୍ରାମରେ ଗତକାଲି ମଧ୍ୟ ରାତିରେ ଏକ ବଡ଼ଧରଣର ଲୁଟ୍‌ ହୋଇଛି। ଲୁଟେରାମାନେ ଗ୍ରାମର ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଝରକା ତାଡ଼ି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ଲୁଟପାଟ ସାରି ବାହାରିବା ସମୟରେ ବିଜୟଲକ୍ଷ୍ମୀ ଜଣେ ଲୁଟେରାକୁ ଦେଖି ଦେଇଥିଲେ। ସଙ୍ଗେସଙ୍ଗେ ସେ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ଏ ସଂପର୍କରେ ଜଣାଇଥିଲେ। ପରେ ସେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସନ୍ଦେହରେ ୨ଜଣ ଯୁବକଙ୍କୁ ଥାନାରେ ଅଟକ ରଖଇ ପଚରାଉଚରା ଚଳାଇଛି। ବିଜୟଲକ୍ଷ୍ମୀଙ୍କ ଅଭିଯୋଗ ମୁତାବକ, ଗତକାଲି ସେ ଓ ତାଙ୍କ ପୁଅ ଅନିର୍ବାଣ ପଟ୍ଟନାୟକ ଦୁଇଟି ଘରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୨ଟାରେ ସେ ଶୋଇଥିବା ଘର ଝରକା ତାଡ଼ି ଭିତରକୁ ଜଣେ ଲୁଟେରା ପଶିଥିଲା। ଅନ୍ୟ ଜଣେ ଘର ବାହାରେ ରହିଥିଲା। ଘର ଭିତରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଯଥା ସୁନାର ଏକ ମଣିପୁରୀ ହାର, ୨ଟା ସୁନା ଚେନ୍‌, ୨ହଳ ବହ୍ଲା, ୨ହଳ ସୁନା କାନଫୁଲ, ୨ଟି ସୁନା ମୁଦି ସହ ୮୫ ହଜାର ନଗଦ ଟଙ୍କା ଲୁଟି ନେଇଥିବା ବିଜୟଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ଲୁଟେରାଜଣଙ୍କ ଲୁଟ୍‌ପାଟ ସାରି ଘରୁ ପଦାକୁ ବାହାରିବା ବେଳେ ବିଜୟଲକ୍ଷ୍ମୀଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ଜୋରରେ ଚିତ୍କାର କରିବା ପରେ ପାଖ ଘରେ ଶୋଇଥିବା ତାଙ୍କ ପୁଅ ଉଠି ଆସିଥିଲେ। କିନ୍ତୁ ତା’ ଭିତରେ ଟର୍ଚ୍ଚ ପକାଇ ବିଜୟଲକ୍ଷ୍ମୀ ଦୁଇଜଣ ଲୁଟେରାଙ୍କୁ ଚିହ୍ନି ଦେଇଥିଲେ ଏବଂ ପୁଲିସକୁ ସେମାନଙ୍କ ସଂପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe