ବିଚାରପତିଙ୍କ ଘରୁ ଚୋରି ଘଟଣା, କୁଖ୍ୟାତ ସନ୍ତୋଷ ଗିରଫ

Advertisment
ପୁରୀ ଗଣଦୁଷ୍କର୍ମ ମାମଲା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ

photo-aajtak

ଭୁବନେଶ୍ୱର:ଜେଏମ୍‌ଏଫ୍‌ସି ସୌମ୍ୟରଂଜନ ପୃଷ୍ଟିଙ୍କ ଘରୁ ଚୋରି ସମେତ ଅନ୍ୟ କେତେକ ଚୋରି ମାମଲାରେ ବଡ଼ଗଡ଼ ଥାନା ପୁଲିସ ବଡ଼ଗଡ଼ ତାରିଣୀ ବସ୍ତିରେ ରହୁଥିବା ସନ୍ତୋଷ ସାହୁୁକୁ ଗିରଫ କରିଛି। ତା’ ଘର ଗଞ୍ଜାମ ଭଞ୍ଜନଗର ଜଡ଼ଧାରା ଗ୍ରାମରେ। ପୁଲିସ ତା’ ନିକଟରୁ ଗୋଟିଏ ସୁନା ଚେନ୍‌, ୩ଟି ହାତ ମୁଦି ଓ ଦୁଇଟି ଗୋଡ଼ ମୁଦି, ଗୋଟିଏ ସୁନା ଲକେଟ୍‌, ଦୁଇଟି ରୁପା ମୁଦି, ୪ଟି ହାତଘଣ୍ଟା, ରୁପା ତିଆରି ଠାକୁରଙ୍କ ଫଟୋ, ଗୋଟିଏ ରୁପା କଏନ୍‌, ୨୭୬୬ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା ଜବତ କରିଛି। ବଡ଼ଗଡ଼ ଓ କ୍ୟାପିଟାଲ ଥାନାରେ ତା’ ନାଁରେ ୧୩ଟି ମାମଲା ଅଛି। ତା’ର ଅନ୍ୟ ୩ ସହ‌‌ଯୋଗୀ ଆକାଶ, ଉତ୍ତମ ଓ ଶିବକୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି।

ସୂଚନାଯୋଗ୍ୟ, ଜେଏମ୍‌ଏଫ୍‌ସି ଶ୍ରୀ ପୃଷ୍ଟି ଗତ ୮ ତାରିଖରେ ମୟୂରଭଞ୍ଜର ରାଇରଙ୍ଗପୁର ବୁଲିବାକୁ ଯାଇଥିବା ବେଳେ ସନ୍ତୋଷ ତାଙ୍କ ଘର ଝରକା ବାଟେ ସୁନା ମୁଦି ସହ କେତେକ ଇମିଟେସନ ଓ ୪ଟି ପେନ୍‌ ଡ୍ରାଇଭ୍‌ ଚୋରାଇ ନେଇଥିଲା। ପେନ୍‌ ଡ୍ରାଇଭ୍‌ରେ ବିଚାରପତିଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିଲା। ସନ୍ତୋଷଠାରୁ କେବଳ ଚୋରି ସୁନା ମୁଦି ଜବତ ‌ହୋଇଛି। ସେହ‌ିଭଳି ବିଜେବି ନଗର ଏଫ୍‌-୩୨ରେ ରହୁଥିବା ପୂର୍ବତନ ଏମ୍‌ଏଲ୍‌ଏ ଘନଶ୍ୟାମ ସାହୁଙ୍କ ଘରୁ ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି, ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ରହୁଥିବା ଅନୀଲ ନାୟକଙ୍କ ଘରୁ ୫ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଚୋରିରେ ସନ୍ତୋଷର ସଂପୃକ୍ତି ଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe