ସିମେଣ୍ଟ ବ୍ୟବସାୟୀଙ୍କଠାରୁ ୪ଲକ୍ଷ ୫୦ହଜାର ଟଙ୍କା ଲୁଟ୍

ସିମେଣ୍ଟ ବ୍ୟବସାୟୀଙ୍କଠାରୁ ୪ଲକ୍ଷ ୫୦ହଜାର ଟଙ୍କା ଲୁଟ୍

Hello Bikaner

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଲ’ କଲେଜ ଛକ ନିକଟରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଛକରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ୪ଲକ୍ଷ ୫୦ହଜାର ଟଙ୍କା ଉଠାଇ ଫେରୁଥିବା ବେଳେ ଜଣେ ଯୁବକ ଆସି ତାଙ୍କଠାରୁ ଟଙ୍କା ଛଡ଼ାଇ ନେଇ ଚମ୍ପଟ ମାରିଥିବା  ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ନାଁ ରାଜେନ୍ଦ୍ର ଦାସ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ଘର ଗୁଲନଗରରେ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ରାଜେନ୍ଦ୍ର ନିଜ ବୁଲେଟ ମଟରସାଇକେଲ୍ ଯୋଗେ ଦିନ ପ୍ରାୟ ୧ଟା ୩୦ମିନିଟରେ ଲ’ କଲେଜ ଛକରେ ଥିବା ଏସବିଆଇ ଶାଖାରେ ପହଞ୍ଚିଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ବାହାରକୁ ଆସି ନିଜ ଗାଡ଼ିରେ ଟଙ୍କା ଭର୍ତ୍ତିଥିବା ବ୍ୟାଗ୍ ଝୁଲାଇ ଫୋନରେ କଥା ହେବା ଆରମ୍ଭ କରିଥିଲେ। ଏହି ସମୟରେ ଜଣେ ଯୁବକ ଆସି ତାଙ୍କୁ ଗୋଟେ ଠିକଣା ବିଷୟରେ ପଚାରିବାରୁ ରାଜେନ୍ଦ୍ର ଯୁବକଙ୍କୁ ଠିକଣା ବିଷୟରେ କହିଥିଲେ। ରାଜେନ୍ଦ୍ରଙ୍କୁ ଅନ୍ୟମନସ୍କ ଥିବା ଦେଖି ଆଉ ଜଣେ ଯୁବକ ଗାଡ଼ିରେ ଝୁଲା ଯାଇଥିବା ଟଙ୍କା ବ୍ୟାଗକୁ ଧରି ଖସି ପଳାଇଥିଲା। ରାଜେନ୍ଦ୍ର ତାଙ୍କ ପିଛା କରିଥିଲେ ମଧ୍ୟ ଯୁବକଙ୍କୁ କାବୁ କରି ପାରି ନଥିଲେ। ଏହା ସହ ରାଜେନ୍ଦ୍ରକୁ ଠିିକଣା ପଚାରୁଥିବା ଯୁବକଙ୍କୁ ଆଉ ଜଣେ ଆସି ପଲସର ଗାଡ଼ିରେ ବସାଇ ସେଠାରୁ ନେଇ ଯାଇଥିଲେ। ଘଟଣା ପରେ ଟାଉନ୍ ଥାନାରେ ରାଜେନ୍ଦ୍ର ଅଭିଯୋଗ କରିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe