ମୋବାଇଲ୍‌ ଦୋକାନରୁ ଲୁଟ୍‌

ମୋବାଇଲ୍‌ ଦୋକାନରୁ ଲୁଟ୍‌

ଚନ୍ଦ୍ରଶେଖରପୁର : କଳାରାହାଙ୍ଗ ବଜାରରେ ଥିବା ରୋହିତ କୁମାର ସାହୁଙ୍କ ମୋବାଇଲ୍‌ ଦୋକାନରୁ ଲୁଟ୍‌ ହୋଇଛି। ଲୁଟେରାମାନେ ତାଲା ଭାଙ୍ଗି ଦୋକାନ ଭିତରୁ ଗୋଟିଏ ଲ୍ୟାପ୍‌ଟପ୍‌, ୨୦ ହଜାର ଟଙ୍କା ଓ ୫୦ଟି ମୋବାଇଲ୍‌ ଲୁଟି ନେଇଛନ୍ତି। ସକାଳେ ରୋହିତ ଏ ସଂପର୍କରେ ଜାଣିବାକୁ ପାଇବା ପରେ ମଞ୍ଚେଶ୍ୱର ଥାନାକୁ ସୂଚନା ଦେଇଥିଲେ। ସନ୍ଧାନୀ କୁକୁର ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe