ନୂଆ ବାଇପାସ୍‌ ରାସ୍ତାରେ ଛିନ୍‌ତାଇ: ୨ ଲୁଟେରା ଗିରଫ

Advertisment
ଟ୍ରକ୍‌ ଅଟକାଇ ଲୁଟ୍‌ ଘଟଣାରେ ୨ ଗିରଫ

ଭୁବନେଶ୍ୱର: ସହିଦନଗର ଥାନା ଅଧୀନ ନୂଆ ବାଇପାସ୍‌ ରାସ୍ତାରେ ଜଣେ ମହିଳାଙ୍କ ବେକରୁ ଚେନ୍‌ ଛିନତାଇ ଅଭିଯୋଗରେ ପୁଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ଧଉଳି ଥାନା ଅଧୀନ ଲିଙ୍ଗିପୁରର ବାହିନୀ ଦାସ ଓ ସରୋଜ ଦାସ। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ବାଇକ୍‌ ଓ ୨ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ଶାନ୍ତିଲତା ବେହେରା ନାମକ ଜଣେ ମହିଳା ନୂଆ ବାଇପାସ୍‌ ରାସ୍ତାରେ ଯାଉଥିବାବେଳେ ବାସୁଆଘାଇ ନିକଟରେ ଶାନ୍ତିଲତା ବେହେରା ନାମକ ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ଦୁଇ ଅଭିଯୁକ୍ତ ସୁନଗହଣା ଲୁଟି ନେଇଥିଲେ। ଏ ନେଇ ଶାନ୍ତିଲତା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe