ଭୁବନେଶ୍ୱର : ନିଶାଦିଆ ଲୁଟେରାଙ୍କୁ କାବୁ କରିବାରେ ପୁଲିସ ବିଫଳ ହୋଇଥିବା ବେଳେ ଦିନକୁ ଦିନ ଏହି ଘଟଣା ବଢ଼ିବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ୩ଟି ଘଟଣା ଘଟିଥିବା ବେଳେ ୧୯ ତାରିଖ ଦିନ ନିଶାଦିଆ ଲୁଟେରାଙ୍କ ଶିକାର ହୋଇ ଜଣେ ଯୁବକ ଏଏସ୍ଓ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଭଦ୍ରକ ଅଗରପଡ଼ା ଗ୍ରାମର ବିଜୟ ମଲ୍ଲିକ ୧୯ ତାରିଖ ଦିନ ଏଏସ୍ଓ ପରୀକ୍ଷା ଦେବା ପାଇଁ ତପସ୍ବିନୀ ଏକ୍ସପ୍ରେସ୍ରେ ଆସୁଥିବା ବେଳେ କେହି ଜଣେ ତାଙ୍କୁ ପିଇବା ପାଣିରେ ନିଶା ଦେଇ ଟଙ୍କା ମୋବାଇଲ ସହ ହାତ ଘଣ୍ଟା ଲୁଟି ନେଇଛି। ଏଥିପାଇଁ ସେ ଏଏସ୍ଓ ପରୀକ୍ଷାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ଭୁବନେଶ୍ବର ଷ୍ଟେସନ୍ ପୂର୍ବରୁ ପାଣି ପିଇବା ପରେ ସେ ଏପରି ଲୁଟ୍ର ଶିକାର ହୋଇଥିଲେ। ଟ୍ରେନ୍ରୁ ଓହ୍ଲାଇବା ପରେ ଷ୍ଟେସନରେ ଶୋଇ ରହିଥିଲେ। ନିଶା ଛାଡ଼ିବା ପରେ ସେ ଏ ନେଇ ଜିଆରପି ଥାନାରେ ଅଭିଯୋଗ କରିଛନ୍ତି।
ନିଶା ଦେଇ ଲୁଟିଲେ, ଏଏସ୍ଓ ପରୀକ୍ଷାରୁ ବଞ୍ଚିତ ହେଲେ ଯୁବକ
Advertisment
Follow Us