ଡକାୟତି ଯୋଜନା ପଣ୍ଡ, ୪ ଗିରଫ

Advertisment
ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ବାଲିଅନ୍ତା: ବାଲିଅନ୍ତା ଓ ଏହାର ଆଖପାଖ ଅଞ୍ଚଳରୁ ଡକାୟତି ପାଇଁ ଯୋଜନା କରୁଥିବା ୪ ଡକାୟତଙ୍କୁ ବୁଧବାର ରାତିରେ ବାଲିଅନ୍ତା ଥାନା ପୁଲିସ ଓ ସ୍ପେସାଲ୍‌ ସ୍କ୍ବାଡ୍‌ ଗିରଫ କରିଛି। ଗିରଫ ଡକାୟତମାନେ ହେଲେ କଟକସଦର ଥାନା ଅନ୍ତର୍ଗତ କଳପଦା ଗ୍ରାମର ଶୁଭ୍ରାଂଶୁ ପରିଡ଼ା(୨୩) ଓରଫ ଶୁଭ, ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ଟୁଲୁ ବେହେରା (୨୮) ଓରଫ ରାଜ, ମଞ୍ଚଶ୍ବର ଥାନା ଅଧୀନ ନହରକଣ୍ଟାର ଧୀରେନ୍ଦ୍ର ଜେନା(୨୮) ଓରଫ ଫମ୍ପେଇ, କଟକ ଜିଲ୍ଲା ଲାଲବାଗ ଥାନା ଅଧୀନ ସାହାବାଜ ବଜାରର ମାନସ କୁମାର ଚାନ୍ଦ(୨୫) ଓରଫ ମୁନା। ପୁଲିସ ସେମାନଙ୍କ ନିକଟରୁ ନଗଦ ୧୩ ହଜାର ଶହେ ଟଙ୍କା, ୩ଟି ସୁନା ଚେନ୍‌ ଓ ଗୋଟିଏ ସୁନା ଲକେଟ୍‌, ୬ଟି ଦାମୀ ମୋବାଇଲ ଫୋନ, ୪ଟି ବାଇକ, ଡ୍ରିଲିଂ ମେସିନ, ଗୋଟିଏ ଫାର୍ସା ଓ କଟୁରି ଜବତ କରିଛି। ଏହି ଗ୍ୟାଙ୍ଗ ଗତ କିଛିଦିନ ମଧ୍ୟରେ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକାଧିକ ଛିନ୍‌ତାଇ ଓ ଲୁଟ୍‌ ଘଟଣାରେ ସଂପୃକ୍ତ ଥିବା ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe